ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଓ ଲକଡାଉନ୍ କାରଣରୁ ଏବେ ପ୍ରାୟ ଲୋକେ ଅନ୍‌ଲାଇନ୍‌ରେ ଟ୍ରାଞ୍ଜାକ୍‌ସନ୍‌ କରୁଛନ୍ତି। କାରଣ ଅନ୍‌ଲାଇନ୍‌ ଜରିଆରେ ଖୁବ୍‌ କମ୍‌ ସମୟରେ ଓ ସୁରକ୍ଷିତ ସହକାରେ ଟଙ୍କା ନେଣଦେଣ ହୋଇପାରୁଛି। ଫଳରେ ବାରମ୍ବାର ଆଉ ବ୍ୟାଙ୍କକୁ ଯିବାକୁ ପଡ଼ୁନାହିଁ।

ଏପଟେ ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍‌ସନ୍‌ର ଅଧିକ ବ୍ୟବହାର ହେଉଥିବା ବେଳେ ଅନ୍ୟପଟେ ବ୍ୟାଙ୍କ ଠକେଇ ବି ବଢ଼ିବାରେ ଲାଗିଛି। ଏଥିରୁ ସୁରକ୍ଷିତ ଏବଂ ସତର୍କ ରହିବା ପାଇଁ କିଛି ଟିପ୍ସ ଉପରେ ଧ୍ୟାନ ଦିଅନ୍ତୁ।

  • କୌଣସି ବ୍ୟକ୍ତି ସହ ନିଜ କାର୍ଡର ବିବରଣୀ ସେୟାର କରନ୍ତୁ ନାହିଁ।
  • କାର୍ଡର ସଭିଭି ନମ୍ବର ଏବଂ ଏହାର ଏକ୍ସପ୍ୟାରୀ(କାଡର୍ର ସମୟସୀମା) କୌଣସି ବ୍ୟକ୍ତି ସହ ସେୟାର କରନ୍ତୁ ନାହିଁ। ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍‌ସନ୍‌ ବେଳେ ମୋବାଇଲକୁ ଆସୁଥିବା ଓଟିପିକୁ ମଧ୍ୟ ସେୟାର କରନ୍ତୁ ନାହିଁ।
  • ଦୋକାନରେ, ରେଷ୍ଟୁରାଣ୍ଟରେ ବା ଏଟିଏମ୍‌ରେ ଟ୍ରାଞ୍ଜାକ୍‌ସନ୍‌ କରୁଥିବା ସମୟରେ ଚାରି ଅଙ୍କର ପିନ୍‌ ଦରକାର ପଡ଼ିଥାଏ। ଏହି ପିନ୍‌ ଏଣ୍ଟ୍ରି କରୁଥିବା ବେଳେ ଆଉ ଗୋଟେ ହାତରେ ଲୁଚାଇ ଏଣ୍ଟ୍ରି କରନ୍ତୁ।
  • ଆପଣଙ୍କ ଏଟିଏମ୍‌ କାର୍ଡର ଫଟୋ କାହାକୁ ଦିଅନ୍ତୁ ନାହିଁ। କୌଣସି ଅନ୍‌ଲାଇନ୍‌ କାର୍ଯ୍ୟରେ କାର୍ଡକୁ ଅପଲୋଡ୍‌ କରନ୍ତୁ ନାହିଁ।

Comment