ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲରେ ନୋ’ ବଲ୍ ଦେଖିବାକୁ ରହିବେ ସ୍ୱତନ୍ତ୍ର ଅମ୍ପାୟାର। ଆଇପିଏଲର ଆଗାମୀ ସଂସ୍କରଣରେ ଏଭଳି ଏକ ନୂଆ ବ୍ୟବସ୍ଥା ଦେଖିବାକୁ ମିଳିବ।
ଏଣିକି ଆଇପିଏଲ ମ୍ୟାଚ୍ ସମୟରେ ବୋଲରଙ୍କ ନୋ’ବଲ ଦେଖିବାକୁ ଜଣେ ସତନ୍ତ୍ର ଅମ୍ପାୟାର ରହିବେ। ଆଇପିଏଲର ପୂର୍ବ ସଂସ୍କରଣରେ ବୋଲରଙ୍କ ନୋ’ ବଲକୁ ନେଇ ଅନେକ ବିବାଦ ଦେଖାଯାଇଥିଲା। ଅମ୍ପାୟାରମାନେ ନୋ’ ବଲ୍ ଥିବା ଅନେକ ବଲକୁ ଜାଣିପାରିନଥିଲେ। ଯାହାକୁ ନେଇ ଅନେକ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ତେଣୁ ଏଥର ସଂସ୍କରଣରେ ଏପରି ଏକ ନୂଆ ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା କରିଛି ଆଇପିଏଲ ଗଭର୍ଣ୍ଣିଂ କାଉନସିଲ୍।

ପୂର୍ବରୁ ଆଇପିଏଲ ମୁଖ୍ୟତଃ ୪୫ ଦିନ ପାଇଁ ଖେଳାଯାଉଥିଲା। ତେବେ ଚଳିତ ଥର ଏହି ଦିନ ମଧ୍ୟ ବୃଦ୍ଧି ପାଇବ ବୋଲି କୁହାଯାଉଛି। ଶନିବାର ଓ ରବିବାର ଦିନ ୪ଟା ବେଳେ ଖେଳାଯାଉଥିବା ମ୍ୟାଚ୍ ସଂଖ୍ୟା ହ୍ରାସ କରାଯିବ। ଏହିସବୁ ମ୍ୟାଚକୁ ରାତିରେ ଆୟୋଜନ କରାଯିବ। ତେଣୁ ଚଳିତଥର ଆଇପିଏଲର ଆୟୋଜନ ଦିନ ସଂଖ୍ୟା ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି।

ଏଥର ଆଇପିଏଲରେ ପାୱାର ପ୍ଲେୟାର ଖେଳିବେ ବୋଲି ଯାହା ଚର୍ଚ୍ଚା ହେଉଥିଲା ଏହି ଚର୍ଚ୍ଚାର ମଧ୍ୟ ଅବସାନ ଘଟିଛି। ଏଥର ଆଇପିଏଲରେ ଏହି ନୂଆ ନିୟମ ଲାଗୁ ହେବ ନାହିଁ।














