ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ୟାପିଟାଲ ହସ୍ପିଟାଲରେ ହାର୍ଟ ସର୍ଜରୀ ୟୁନିଟ୍‌ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ହାର୍ଟ ଅପରେସନ୍‌, ଓପନ୍‌ ହାର୍ଟ ସର୍ଜରି, ଡିଭାଇସ୍‌ କ୍ଲୋଜର, କମ୍ପ୍ଲେକ୍ସ ଆଞ୍ଜିଓଗ୍ରାଫି ଭଳି ସମସ୍ତ କାର୍ଯ୍ୟ ଏହି ୟୁନିଟ୍‌ରେ କରାଯିବ। ବୁଧବାର କ୍ୟାପିଟାଲ ହସ୍ପିଟାଲର ସ୍ଥିତି ଅନୁଧ୍ୟାପ କରି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହି ସୂଚନା ଦେଇଛନ୍ତି।

ଏବେ କ୍ୟାପିଟାଲ ହସ୍ପିଟାଲକୁ ଦିନକୁ ୩ହଜାରରୁ ୩୫୦୦ ରୋଗୀ ଚିକିତ୍ସିତ ହେବା ପାଇଁ ଆସୁଥିବା ବେଳେ, କାର୍ଡିଓଲୋଜି ବିଭାଗରେ ପ୍ରତିଦିନ ୧୦୦ରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସନ୍ତି।

ହାର୍ଟ ୟୁନିଟ୍‌ ଭଳି ଗୋଟିଏ ଅତିରିକ୍ତ କ୍ୟାଥ୍‌ ଲ୍ୟାବ୍‌ ପ୍ରତିଷ୍ଠା କରାଯିବ। ଫଳରେ ଅଳ୍ପ ସମୟ ମଧ୍ୟରେ ଆଞ୍ଜିଓପ୍ଲାଷ୍ଟି, ହାର୍ଟର ହୋଲ୍‌କୁ ବିନା ଅସ୍ତ୍ରୋପଚାର ବନ୍ଦ କରାଯାଇପାରିବ।

ହସ୍ପିଟାଲର କର୍ତ୍ତୃପକ୍ଷ କହିଲେ ଯେ, ହସ୍ପିଟାଲରେ ହାର୍ଟ ସର୍ଜରୀ ପାଇଁ ଗୃହ ନିର୍ମାଣ ସରିଛି, ଖାଲି କାର୍ଯ୍ୟକ୍ଷମ କରାଯିବ।

Comment