ଓଡ଼ିଶାଲାଇଭ ବ୍ୟୁରୋ

ବିଷାକ୍ତ ଦହିବାର ଆଳୁଦମ୍‌ ଖାଇ ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ଏହି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଗଣିଆ ଅଞ୍ଚଳରେ। ତେବେ ସମସ୍ତ ଅସୁସ୍ଥମାନଙ୍କୁ ଗଣିଆ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଗୁରୁବାର ସକାଳେ ଜଣେ ଦହିବରା ଆଳୁଦମ୍‌ ଦୋକାନୀଠାରୁ କିଛି ଲୋକ ଦହିବରା ଖାଇଥିଲେ। ଖାଇବା ପରେ ଲୋକମାନେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ବର୍ତ୍ତମାନ ଅସୁସ୍ଥ ଲୋକମାନଙ୍କ ଚିକିତ୍ସା ଚାଲିଛି। ବିଷାକ୍ତ ଦହିବରା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି।

Comment