ଓଡ଼ିଶାଲାଇଭ ବ୍ୟୁରୋ

ଗଞ୍ଜେଇ ବେପାରରେ ୨୮ ହଜାର ଠକାମିରେ ପ୍ରତିଶୋଧ ପରାୟଣ ହୋଇ କରିଥିଲେ ଅପହରଣ। ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ।

ଗଞ୍ଜେଇ କିଣିବାକୁ ଯାଇ ଠକାମିର ଶିକାର ହୋଇ କଲେ ଅପହରଣ। ପରେ ୩ ଲକ୍ଷ ଟଙ୍କା ଦାବି କରିଥିଲେ। ଟଙ୍କା ନମିଳିଲେ ପୁଅକୁ ଛାଡ଼ିବୁନି ବୋଲି ପରିବାରକୁ ଧମକ ଦେଇଥିଲେ। ଏଭଳି ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ଵରରେ। ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ପରେ ଫୋନ ଟ୍ରାକ କରି ୩ଜଣ ଅପହରଣକାରୀଙ୍କୁ ଗିରଫ କରିଛି ପୋଲିସ।

ଅପହରଣ ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ନୟାଗଡ଼ର ସୁନୀଲ ମହାନ୍ତି। ସୁନୀଲ ନଭେମ୍ଵର ୬ ତାରିଖରେ ଏକ ସ୍କ୍ରପିୟୋରେ ଭୁବନେଶ୍ଵରସ୍ଥିତ କିସ୍‌ କଲେଜ ନିକଟସ୍ଥ ଜଗନ୍ନାଥ ମନ୍ଦିରକୁ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ସକିଲ ଓ ତା ସହଯୋଗୀ ଜାର୍ଭିୟର ଛକ ପାଖରୁ ସୁନୀଲକୁ ଅପହରଣ କରିଥିଲେ। ପରେ ସୁନୀଲଙ୍କ ବାପା ରବିନ୍ଦ୍ରନାଥ ମହାନ୍ତିଙ୍କୁ ଫୋନ କରି ୩ ଲକ୍ଷ ଟଙ୍କା ମାଗିଥିଲେ।

ପରେ ସୁନୀଲଙ୍କ ବାପା ରବିନ୍ଦ୍ରନାଥ ମହାନ୍ତିଙ୍କୁ ଫୋନ କରି ୩ ଲକ୍ଷ ଟଙ୍କା ମାଗିଥିଲେ ଅଭିଯୁକ୍ତ। ହେଲେ ରବିନ୍ଦ୍ରନାଥ ମହାନ୍ତି ଏନେଇ ପୋଲିସରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ସେହି ନମ୍ଵରକୁ ଟ୍ରାକ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ହେଲେ ଗିରଫ ପରେ ଏହି ଘଟଣାର ସତ୍ୟତା ସାମ୍ନାକୁ ଆସିଛି। ଗଞ୍ଜେଇ ବେପାରରେ ଠକାମିର ଶିକାର ହେବା ପରେ ଏଭଳି କାଣ୍ଡ କରିଛି ଅଭିଯୁକ୍ତ। କଟକ ମହାଙ୍ଗା ମଲ୍ଲିକପୁରର ସକିଲ ଖାନ୍‌ ନୟାଗଡ଼ ଜିଲ୍ଲା ଭାପୁରର କାଳିଆକୁ ଗଞ୍ଜେଇ ପାଇଁ ୨୮ ହଜାର ଟଙ୍କା ଦେଇଥିଲା। ହେଲେ କାଳିଆ ନା ଗଞେଇ ଦେଇଥିଲା ନା ଟଙ୍କା ଫେରାଇଥିଲା। ଟଙ୍କା ଦେବା ସମୟରେ ସେଠାରେ କାଳିଆର ସାଙ୍କ ସୁନୀଲ ମଧ୍ୟ ଉପସ୍ଥିତ ଥିଲା। ଏନେଇ ସେ ସୁନୀଲକୁ ଜଣାଇଥିଲେ ମଧ୍ୟ ସେମାନ ଫାଙ୍କି ଦେଇଥିଲେ।

ଏହି ଘଟଣା ପରେ ପ୍ରଶିଶୋଧ ପରାୟଣ ହୋଇ ପଡ଼ିଥିଲା ସକିଲ। ନଭେମ୍ଵର ୬ ତାରିଖରେ ସକିଲ ତା’ର ୨ ସହଯୋଗୀ ସାନିଧ୍ୟୟ ମହାନ୍ତି ଓ ତିହାର ଅଲ୍ଲୀଙ୍କ ସହ ମିଶି ସୁନୀଲକୁ ଅପହରଣ କରିଥିଲା।

Comment