ଓଡ଼ିଶାଲାଇଭ ବ୍ୟୁରୋ

ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସରେ ଲାଗିଲା ନିଆଁ। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ କମ୍ପ୍ୟୁଟର ସହ ଅନେକ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଏହାସହ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ମଧ୍ୟ ପୋଡ଼ିଯାଇଛି।

ତେବେ ଏଥିରେ କେହି ଆହତ ହୋଇନଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛି।

Comment