ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳାହାଣ୍ଡିର ସମସ୍ତ ସ୍କୁଲରେ ବଡ଼ଦିନ ଛୁଟିକୁ ବାତିଲ କରାଯାଇଛି। ଦଶମ ଶ୍ରେଣୀ ପିଲାଙ୍କ ୨୦୨୦ ମାଟ୍ରିକ ପରୀକ୍ଷାରେ ଉପସ୍ଥାପନା ପ୍ରତିଶତରେ ସୁଧାର ଆଣିବାକୁ ଏଭଳି ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶନୁସାରେ ଜିଲ୍ଲା ଶିକ୍ଷା ଅଧିକାରୀ ଏନେଇ ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖିଛନ୍ତି।

କେବଳ ଡିସେମ୍ଵର ୨୫ ତାରିଖ ଦିନ ସ୍କୁଲ ଛୁଟି ରହିବ। ହେଲେ ଅନ୍ୟ ଦିନଗୁଡ଼ିକ ସ୍କୁଲ ଖୋଲା ରହିବ। ଏଥର ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ଛାତ୍ରଛାତ୍ରୀମାନେ କିପରି ଭଲ ରେଜଲ୍ଟ କରିବେ ସେଥିପାଇଁ ଏହି ନିୟମ କରାଯାଇଛି।

ଜିଲ୍ଲା ଶିକ୍ଷା ଅଧିକାରୀ ଏନେଇ ସମସ୍ତ ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖଛନ୍ତି। ଏହାସହ ଅବିଭାବକମାନଙ୍କୁ ନେଇ ଏକ ବୈଠକ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

Comment