ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଳାକାଟି ବୃଦ୍ଧଙ୍କୁ ବିଭତ୍ସ ଭାବେ ହତ୍ୟା। ରାତିରେ ଶୋଇଥିବା ବେଳେ ଘରେ ପଶି ଏଭଳି କାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ। ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା କୃଷ୍ଣଚନ୍ଦ୍ରପୁର ଗାଁରେ।

ମଙ୍ଗଳବାର ରାତିରେ ବୃଦ୍ଧ ଜଣକ ଘରେ ଶୋଇଥିବା ବେଳେ କେହି ଦୁର୍ବତ୍ତ ଘରେ ପଶି ତାଙ୍କୁ ଗଳାକାଟି ହତ୍ୟା କରିଛି। ତେବେ ହତ୍ୟାକାଣ୍ଡର ସତ୍ୟତା ସାମ୍ନାକୁ ଆସିନଥିବା ବେଳେ ପାରିବାରିକ କଳହରୁ ହତ୍ୟା କରାଯାଇଥିବାରୁ ସନ୍ଦେହ କରାଯାଉଛି।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି।

Comment