ଓଡ଼ିଶାଲାଇଭ ବ୍ୟୁରୋ

ଜଗତସିଂପୁର ବାଲିକୁଦା ଦାଆ ଗାଁରେ ଯୁବକଙ୍କୁ ପୋଡ଼ି ମାରିବା ଘଟଣାରେ ପ୍ରେମ ଜନିତ କାରଣ ରହିଛି ବୋଲି ଯୁବକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ତେବେ ମୃତ ଯୁବକଙ୍କ ପ୍ରକୃତ ପରିଚୟ ମିଳି ସାରିଛି। ଯୁବକ ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା କାଞ୍ଚନପୁର ଗାଁର କୃଷ୍ଣ ଚମ୍ପତ୍ତିରାୟ।

କୃଷ୍ଣ ଅହମ୍ମଦାବାଦରେ ଚାକିରି କରିଥିଲେ। ୨ଦିନ ତଳୁ ଅହମ୍ମଦାବାଦ ଯିବାକୁ କହି ଘରୁ ଚାଲି ଆସିଥିଲେ। ତେବେ ତାଙ୍କ ମୃତ୍ୟୁ ପଛରେ ପ୍ରେମ ସମ୍ପର୍କ ରହିଛି। କାରଣ ପୂର୍ବରୁ ଜଣେ ଯୁବତୀ ତାଙ୍କୁ ଫୋନ କରନ୍ତି। ଯୁବତୀ ଜଣକ ଷଡ଼ଯନ୍ତ୍ର କରି କୃଷ୍ଣଙ୍କୁ ହତ୍ୟା କରିଛନ୍ତି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।

ଶନିବାର ବିଳମ୍ଵିତ ରାତିରେ ଦାଆ ଗାଁ ସ୍କୁଲ ପରିସରରୁ ଜଣେ ଯୁବକଙ୍କ ଚିତ୍କାର ଶୁଭିଥିଲା। ଚିତ୍କାର ଶୁଣି ଗାଁ ଲୋକ ସେଠାରେ ପହଞ୍ଚିଲା ବେଳକୁ ଜଣେ ଯୁବକଙ୍କୁ ଜଳୁଥିବା ଦେଖିଥିଲେ। ଲୋକମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

Comment