ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ଓପିଏସସି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଜାଣନ୍ତୁ ଏଥିରେ କେଉଁ ପଦବୀରେ କେତେ ନିଯୁକ୍ତି ଦିଆଯିବ।

ଓପିଏସସି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓପିଏସସିର ୧୫୩ଟି ପଦବୀ ପାଇଁ ଏହି ପରୀକ୍ଷା କରାଯିବ। ତେବେ ଆସନ୍ତୁ ଜାଣିବା କେଉଁ ପଦବୀ ପାଇଁ କେତେ ନିଯୁକ୍ତି କରାଯିବ।

ପଦବୀ

  • ଓଡ଼ିଶା ଆଡମିନଷ୍ଟ୍ରେଟିଭ ସର୍ଭିସ (ଓଏଏସ୍‌), ଗ୍ରୁପ-ଏ – ୩୦ ପଦବୀ
  • ଓଡ଼ିଶା ପୋଲିସ ସର୍ଭିସ (ଓପିଏସ୍‌), ଗ୍ରୁପ-ଏ – ୦୯ ପଦବୀ
  • ଓଡ଼ିଶା ଫାଇନାନ୍ସ ସର୍ଭିସ (ଓଏଫ୍‌ଏସ୍‌), ଗ୍ରୁପ-ଏ – ୦୭ ପଦବୀ
  • ଓଡ଼ିଶା କୋପରେଟିଭ ସର୍ଭିସ (ଓସିଏସ୍‌), ଗ୍ରୁପ-ବି – ୦୫ ପଦବୀ
  • ଓଡ଼ିଶା ରେଭେନ୍ୟୁ ସର୍ଭିସ (ଓଆର୍‌ଏସ୍‌), ଗ୍ରୁପ-ବି – ୮୨ ପଦବୀ
  • ଓଡ଼ିଶା ଟେକ୍ସାସନ୍‌ ଓ ଆକାଉଣ୍ଟସ ସର୍ଭିସ, ଗ୍ରୁପ-ବି – ୨୦ ପଦବୀ

ଓପିଏସସି ପରୀକ୍ଷା ପାଇଁ ଇଚ୍ଛୁକ ପ୍ରାର୍ଥୀ ୧୩ ନଭେମ୍ଵରରୁ ୧୦ ଡିସେମ୍ଵର ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହାସହ ଅନଲାଇନ ଫିସ୍‌ ଭରିବାର ଶେଷ ତାରିଖ ୧୬ ଡିସେମ୍ଵର ପର୍ଯ୍ୟନ୍ତ ରଖାଯାଇଛି।

ବୟସ ସୀମା

  • ପ୍ରାର୍ଥୀଙ୍କ ବୟସ ୩୨ରୁ କମ୍‌ ଓ ୨୧ରୁ ଅଧିକ ହୋଇଥିବା ଦରକାର।
  • ଏହାସହ ଜନ୍ମ ତାରିଖ ୨ ଜାନୁଆରୀ ୧୯୮୭ରୁ କମ୍‌ ଓ ୧ ଜାନୁଆରୀ ୧୯୯୮ରୁ ଅଧିକ ହୋଇନଥିବ ଦରକାର।

ଶିକ୍ଷାଗତ ଯୋଗ୍ୟତା

ପ୍ରାର୍ଥୀ ଯେକୌଣସି ବିଶ୍ଵବିଦ୍ୟାଳୟର ବା ମହାବିଦ୍ୟାଳୟରୁ ଗ୍ରାଜୁଏସନ ପାସ୍‌ କରିଥିବା ଦରକାର।

ଆବେଦନ ପ୍ରକ୍ରିୟା

  • ଆବେଦନ କରିବା ପୂର୍ବରୁ ପ୍ରାର୍ଥୀ ପ୍ରଥମେ ଓ୍ଵେବସାଇଟ http://opsconline.gov.in କୁ ଯାଇ ବିଜ୍ଞାପନକୁ ଦେଖିପାରିବେ।
  • ପରେ ଓ୍ଵେବସାଇଟକୁ ଯାଇ ଅନଲାଇନରେ ପରୀକ୍ଷା ପାଇଁ ଆବେଦନ କରିପାରିବେ।
  • ଅନଲାଇନ ଆବେଦନ କରିଥିବା ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଓପିଏସସି ପ୍ରିଲିମ୍‌ ପରୀକ୍ଷା ପାଇଁ ଚୟନ କରାଯିବ। ଏଥିରେ ଚୟନ ହେବା ପରେ ଓପିଏସସି ମେନ୍‌ ପରୀକ୍ଷା ପାଇଁ ଡକାଯିବ।

Comment