ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଡାକ୍ତରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ୭୮୬ ଜଣ ସଫଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଓପିଏସ୍‌ସି। ଏହି ସୁପାରିଶ ଅନୁସାରେ ଓଡ଼ିଶା ସରକାର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବେ। ଓଡ଼ିଶା ମେଡିକାଲ ଓ ହେଲ୍‌ଥ ସର୍ଭିସ ଅଧୀନରେ ଆସିଷ୍ଟାଣ୍ଟ ସର୍ଜନ (ଗ୍ରୁପ-ଏ) ପାଇଁ ଉକ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

କୋଭିଡ୍ ପରିଚାଳନାରେ ସାହାଯ୍ୟ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଫେବ୍ରୁଆରି ୧୯ରେ ଡାକ୍ତରଙ୍କ ନାମ ସୁପାରିଶ କରିବା ପାଇଁ ଓପିଏସ୍‌ସିକୁ କୁହାଯାଇଥିଲା। ତେଣୁ ଲିଖିତ ପରୀକ୍ଷା କରାଗଲେ ସମୟ ଲାଗିବ ବୋଲି ଅନୁଭବ କରି ଓପିଏସ୍‌ସି କମ୍ପ୍ୟୁଟର ଜରିଆରେ ବା ଅନଲାଇନ ଟେଷ୍ଟ କରିଥିଲା। ଏହି ପରୀକ୍ଷା ପାଇଁ ୧୪୯୧ ଜଣ ଆବେଦନ କରିଥିଲେ। ସେଥି ମଧ୍ୟରୁ ୭୮୬ ଜଣଙ୍କ ନାମ ସୁପାରିଶ କରାଯାଇଛି। ଏପ୍ରିଲ ୨୮ ତାରିଖରେ ହୋଇଥିବା ଏହି ପରୀକ୍ଷାର ଫଳ ମାତ୍ର ୧୫ ଦିନ ମଧ୍ୟରେ ପ୍ରକାଶ କରିଛନ୍ତି ଓପିଏସସି କର୍ତ୍ତୃପକ୍ଷ।

Comment