ଓଡ଼ିଶାଲାଇଭ୍ ବ୍ୟୁରୋ

 

ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ବିଭୁ ପ୍ରସାଦ ରାଉତରାୟ। ଶୁକ୍ରବାର ହାଇକୋର୍ଟର ମୁଖ୍ୟ ବିଚାରପତି କେଏସ୍ ଜାଭେରୀ ତାଙ୍କୁ ଶପଥ ପାଠ କରାଇଛନ୍ତି।

ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସ ଓ ଆଇନ୍ ମନ୍ତ୍ରାଳୟଙ୍କ ଅନୁମୋଦନ ପରେ ଗୁରୁବାର ତାଙ୍କୁ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା। ଶୁକ୍ରବାର ସେ ବିଚାରପତି ଭାବେ ଶପଥ ପାଠ କରିଛନ୍ତି। ତାଙ୍କ ଶପଥ ପାଠ ସହ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୧୫କୁ ବୃଦ୍ଧି ପାଇଛି।

ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଏସ୍‌ଏ ବୋବଡେ ଓ ଜଷ୍ଟିସ ଏନ୍‌ଭି ରମନାଙ୍କୁ ନେଇ ଗଠିତ କଲେଜିୟମ ଅକ୍ଟୋବର ୩ ତାରିଖରେ ଓଡ଼ିଶା ହାଇକୋର୍ଟର ବିଚାରପତି ପଦ ପାଇଁ ଜଷ୍ଟିସ୍ ବିଭୁ ପ୍ରସାଦ ରାଉତରାୟଙ୍କ ନାଁ ସୁପାରିଶ କରିଥିଲେ। ଏହାସହ ଆଇନଜୀବୀ ସଂଜୀବ କୁମାର ପାଣିଗ୍ରାହୀଙ୍କ ନାଁ ମଧ୍ୟ ସୁପାରିଶ କରାଯାଇଥିଲା।

Comment