ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇଜଣଙ୍କ ଝଗଡ଼ାରେ ମଧ୍ୟସ୍ଥି କରିବା ହେଲା କାଳ। ମାରପିଟ୍‌ ଅଟକାଇବାକୁ ଯାଇ ହେଲେ ଆକ୍ରମଣର ଶିକାର। ଏଭଳି ଘଟଣା ଘଟିଛି ସମ୍ଵଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ। ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ରେଢ଼ାଖୋଲ ଏନଏସିର ଜଣେ କର୍ମଚାରୀ ହରିହର ପୁରୋହିତ।

ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ଖନ୍ଦାଢ଼ିପ ସାହି ଛକରେ ରାଧେଶ୍ୟାମ ପ୍ରଧାନ ଓ ସଂଜିତ ଷଣ୍ଢଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ଲାଗିଥିଲା। ତେବେ ହରିହର ପୁରୋହିତ ସେଠାରେ ଛିଡ଼ା ହୋଇଥିଲେ। ଗଣ୍ଡଗୋଳ ଅଧିକ ହେବାରୁ ହରିହର ସେମାନଙ୍କୁ ବୁଝାସୁଝା କରିବାକୁ ଯାଇଥିଲେ।

ଏଥିରେ ସଂଜିତ ଉତକ୍ଷିପ୍ତ ହୋଇ ପେଟ୍ରୋଲ ଜାରରୁ ହରିହରଙ୍କ ଉପରକୁ ପେଟ୍ରୋଲ ପକାଇ ଥିଲେ। ପରେ ଦିଆସିଲକାଠି ଲଗାଇ ହରିହରଙ୍କ ଉପରକୁ ଫୋପାଡ଼ି ଦେଇଥିଲେ। ହରିହର ପ୍ରାଣ ବିକଳରେ ସେଠାରୁ ପଳାଇଥିଲେ।

ଗୁରୁତର ଅବସ୍ଥାରେ ହରିହରଙ୍କୁ ସେଠାରୁ ଉଦ୍ଧାର କରାଯାଇ ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅନ୍ୟପକ୍ଷରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସଂଜିତକୁ ପଚରାଉଚରା କରୁଛି।

Comment