ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରବିବାର ନବରଙ୍ଗପୁର ଜିଲ୍ଲାରେ ଆଇନ ସେବା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ନବରଙ୍ଗପୁର ସଦାଶିବ ପାର୍କ ଛକଠାରୁ ପୋଲିସ ପଡ଼ିଆ ପର୍ଯ୍ୟନ୍ତ ଏକ ପଦ ଯାତ୍ରା ରାଲିର ଅୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ଜଜ୍ ଅଶୋକ କୁମାର ପଣ୍ଡା ଯୋଗଦେଇଥିଲେ।

ଏହି ପଦଯାତ୍ରାରେ ନବରଙ୍ଗପୁର ଶିଶୁ ମନ୍ଦିରର ଛାତ୍ରଛାତ୍ରୀ, ଷ୍ଟୁଡେଣ୍ଟ ଲିଗାଲ ଲିଟେରେସି ବ୍ଲକର ସଭ୍ୟ, ପାରା ଲିଗାଲ ସ୍ୱେଚ୍ଛାସେବୀ ଓ ଆଇନଜୀବୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ଆଇନ ସେବା ପ୍ରାଧିକରଣର ବିଭିନ୍ନ ପ୍ରକାର ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରେଜିଷ୍ଟ୍ରେର ମନୋରଞ୍ଜନ ଦାସ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ପ୍ରସନ୍ନ କୁମାର ବେହେରା, ଦୀପ୍ତିରଞ୍ଜନ ପରିଡ଼ା ଆଇନଜୀବୀ ସଲମା ବାନୋ, ମନୋରମା ମାଝି ପ୍ରମୁଖ ଉପସ୍ଥିତ ରହିଥିଲେ।

Comment