ଓଡ଼ିଶାଲାଇଭ୍ ବ୍ୟୁରୋ

ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା। କଟକ ମହାନଦୀ ପଠାରେ ଆରମ୍ଭ ହୋଇଥିବା ବାଲିଯାତ୍ରାକୁ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉଦଘାଟନ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସାଂସଦ ଭର୍ତ୍ତୃହରି ମହତାବ ଏବଂ କଟକର ସମସ୍ତ ବିଧାୟକ ଉପସ୍ଥିତ ଥିଲେ।

ଚଳିତ ବାଲିଯାତ୍ରା ୮ ଦିନ ଧରି ଚାଲିବ। ୧୫୦୦ରୁ ଅଧିକ ଷ୍ଟଲ ଏଥର ବାଲିଯାତ୍ରାରେ ପଡ଼ିଛି। ପ୍ରଥମ ଥର ପାଇଁ ବାଲିଯାତ୍ରାରେ ମୋ ରିକ୍ସା ଓ ସାଇକେଲ ବ୍ୟବସ୍ଥା ହୋଇଛି।

ବାଲିଯାତ୍ରା ମଞ୍ଚରେ ପ୍ରତିଦିନ ସନ୍ଧ୍ୟାରେ ପାରମ୍ପାରିକ ଲୋକନୃତ୍ୟ ସମେତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ। ଦଶର୍କଙ୍କ ସୁରକ୍ଷା ଦୃଷ୍ଟିରୁ ବାଲିଯାତ୍ରାରେ ୫୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହାଛଡ଼ା ସିସିଟିଭି ମଧ୍ୟ ଲଗାଯାଇଛି।

Comment