ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇ-କମର୍ସ ସାଇଟ୍‌ ଫ୍ଲିପକାର୍ଟ ଆଣୁଛି ବିଗ୍‌ ମୋବାଇଲ ବୋନଞ୍ଜା ସେଲ୍‌। ଏହା ଆସନ୍ତା ନଭେମ୍ବର ୧୪ରୁ ଆରମ୍ଭ ହୋଇ ନଭେମ୍ବର ୧୮ ପର୍ଯ୍ୟନ୍ତ ୫ଦିନ ଧରି ଚାଲିବ। ଏହି ବୋନଞ୍ଜା ସେଲ୍‌ରେ ବିଭିନ୍ନ ବ୍ରାଣ୍ଡ୍‌ର ସ୍ମାର୍ଟଫୋନ ଉପରେ ଭାରିମାତ୍ରାରେ ରିହାତି ମିଳିବ। ଫ୍ଲିପକାର୍ଟର ବିଗ୍‌ ମୋବାଇଲ ବୋନଞ୍ଜା ସେଲ୍‌ରେ ସାମିଲ ହୋଇଛି ସାଓମି, ରିୟଲମି, ସାମସଙ୍ଗ୍‌, ଆପଲ୍‌, ଭିଭୋ ଭଳି ବହୁ ନାମୀ କମ୍ପାନି।

ମୋବାଇଲ ବୋନଞ୍ଜା ସେଲ୍‌ ସମୟରେ Realme 5 ସ୍ମାର୍ଟଫୋନର ମୂଲ୍ୟ ୮,୯୯୯ ଟଙ୍କାରେ ମିଳିବ। ଏଥିରେ ୫ ହଜାର ଏମ୍‌ଏଏଚ୍‌ ବ୍ୟାଟେଣୀ ଥିବା ବେଳେ କ୍ୱାଡ୍‌ କ୍ୟାମେରା ସେଟ୍‌ଅପ୍‌ ରହିଛି। ସେହିପରି Realme 3i ଏବଂ Realme 3 ସ୍ମାର୍ଟଫୋନ ଯଥାକ୍ରମେ ୭,୪୯୯ ଓ ୭,୯୯୯ ଟଙ୍କାରେ ଗ୍ରାହକ କିଣି ପାରିବେ। ସ୍ନାପଡ୍ରାଗର ୭୧୦ ପ୍ରୋସେସର ସହିତ Realme 3 Pro ସ୍ମାର୍ଟଫୋନ ମୂଲ୍ୟ ରହିଛି ୯,୯୯୯ ଟଙ୍କା।

ଫ୍ଲିପକାର୍ଟ ବୋନଞ୍ଜା ସେଲ୍‌ରେ Vivo Z1 Pro ସ୍ମାର୍ଟଫୋନକୁ ଗ୍ରାହକ ୧୩,୯୯୦ ଟଙ୍କାରେ ଏବଂ Vivo Z1x ସ୍ମାର୍ଟଫୋନକୁ ୧୫,୯୯୦ଟଙ୍କାରେ ପାଇପାରିବେ। ଏଚ୍‌ଏମ୍‌ଡି ଗ୍ଲୋବାଲର Nokia 6.1 Plusର ବିକ୍ରି ୮,୯୯୯ଟଙ୍କାରେ ହେବ। ମୋଟରୋଲା One Actionର ମୂଲ୍ୟ ୧୦,୯୯୯ ଟଙ୍କା ରହିବ। ସେହିପରି Realme X ସ୍ମାର୍ଟଫୋନକୁ ଗ୍ରାହକ ୧୫,୯୯୯ ଟଙ୍କାରେ କିଣି ପାରିବେ।

ଆପ୍‌ଲର ବିଭିନ୍ନ ସ୍ମାର୍ଟଫୋନରେ ମଧ୍ୟ ଭଲ ଡିସ୍‌କାଉଣ୍ଟ ମିଳିବ ଫ୍ଲିପକାର୍ଟର ବିଗ୍‌ ମୋବାଇଲ ବୋନଞ୍ଜା ସେଲ୍‌ରେ। iPhone 8ର ମୂଲ୍ୟ ୩୩,୯୯୯ ଟଙ୍କା ରହିଥିବା ବେଳେ iPhone 11ର ମୂଲ୍ୟ ୬୪,୯୦୦ ଟଙ୍କାରୁ ଆରମ୍ଭ ହେଉଛି। ସେହିପରି ରେଡ୍‌ମିର ବହୁ ନାମୀ ସ୍ମାର୍ଟଫୋନ ଉପରେ ରିହାତି ମିଳିବ ଫ୍ଲିପକାର୍ଟର ଏହି ବିଗ୍‌ ମୋବାଇଲ ବୋନଞ୍ଜା ସେଲ୍‌ରେ।

Comment