ଓଡ଼ିଶାଲାଇଭ୍ ବ୍ୟୁରୋ
ଜମୁଛି କଟକ ବାଲିଯାତ୍ରା। ଐତିହାସିକ କିଲା ପଡ଼ିଆ ସମେତ ମହାନଦୀ ପଠାରେ ଗତ ଦୁଇ ଦିନ ହେଲା ଜମୁଛି ବାଲିଯାତ୍ରା ମହୋତ୍ସବ। ବାଲିଯାତ୍ରା ବୁଲିବା ପାଇଁ ବିଭିନ୍ନ ସ୍ଥାନରୁ କଟକକୁ ଲୋକଙ୍କ ସୁଅ ଛୁଟିଛି। କିଏ ଘରକରଣ ସାମଗ୍ରୀ କିଣିବା ପାଇଁ ଆସୁଛି ତ ଆଉ କିଏ ଚଟ୍ପଟି ଖାଦ୍ୟ ଏବଂ ଦୋଳିର ମଜା ନେବାକୁ ଆସୁଛି। ଖିଆପିଆ, କିଣାକିଣି ଏବଂ ବୁଲାବୁଲିରେ ବାଲିଯାତ୍ରା ଜମୁଛି।






