ଓଡ଼ିଶାଲାଇଭ୍‌ ବ୍ୟୁରୋ  

ସ୍ମାର୍ଟଫୋନ ନିର୍ମାତା କମ୍ପାନି ମୋଟରୋଲା ଏହାର ବହୁ ପ୍ରତିକ୍ଷୀତ ସ୍ମାର୍ଟଫୋନ Razr 2019 ଲଞ୍ଚ୍‌ କରିଦେଇଛି। ଗୁରୁବାର ଆମେରିକାର ଲସ୍‌ ଆଞ୍ଜେଲସ୍‌ରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହାକୁ ଲଞ୍ଚ୍‌ କରାଯାଇଛି। ଗୋଟେ ସମୟରେ Moto Razr ମୋବାଇଲ ଫୋନ୍‌ ଭାରତରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ବର୍ତ୍ତମାନ ଏହାକୁ ନୂଆ ରୂପରେ ପୁଣିଥରେ ବଜାରକୁ ଛଡ଼ାଯାଇଛି। ଏହି ନୂଆ Razr 2019 ସ୍ମାର୍ଟଫୋନରେ ଫୋଲ୍‌ଡ ଡିସ୍‌ପ୍ଲେ ରହିଛି।

ଆସନ୍ତା ବର୍ଷ ଜାନୁଆରି ୯ରେ Moto Razr 2019 ସ୍ମାର୍ଟଫୋନର ବିକ୍ରି ଆରମ୍ଭ ହେବ। ଆଗାମୀ ଦିନରେ ଏହାକୁ ଭାରତରେ ମଧ୍ୟ ଲଞ୍ଚ୍‌ କରାଇବ ବୋଲି ସୂଚନା ମିଳିଛି। ହେଲେ କେବେ ଲଞ୍ଚ୍‌ ହେବ, ସେନେଇ କୌଣସି ସୂଚନା ଦଆଯାଇନାହିଁ। ଆମେରିକାରେ ଏହି ସ୍ମାର୍ଟଫୋନ୍‌ର ମୂଲ୍ୟ ୧,୪୯୯.୯୯ ଡଲାର, ଯାହା ଭାରତୀୟ ମୁଦ୍ରା ଅନୁସାରେ ୧ ଲକ୍ଷ ୭ ହଜାର ୪୦୦ ଟଙ୍କା। ତେବେ ଏହାର ଭାରତୀୟ ଦାମ୍‌ କେତେ ରହିବ, ସେନେଇ ମଧ୍ୟ ସୂଚନା ଦିଆଯାଇନାହିଁ।

Moto Razr 2019ର ସ୍ପେସିଫିକେସନ

ନୂଆ Razr 2019 ସ୍ମାର୍ଟଫୋନ ପୁରୁଣା ଫୋନ୍‌ଠାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ। ଏହି ନୂଆ ଫୋନ୍‌ରେ ଦୁଇଟି ସ୍କ୍ରିନ୍‌ ରହିଛି। ପ୍ରାଇମେରୀ ଡିସ୍‌ପ୍ଲେ ହେଉଛି ୬.୨ ଇଞ୍ଚ୍‌ ବିଶିଷ୍ଟ, ଯାହା ଓଏଲ୍‌ଇଡି ଏଚ୍‌ଡି ପ୍ଲସ। ଏହି ସ୍କ୍ରିନ୍‌ ସମ୍ଫୂର୍ଣ୍ଣ ଭାବେ ପ୍ଲେକ୍ସିବଲ୍‌, ଯାହାକୁ ଫୋଲ୍‌ଡ କରିହେବ। ସେହିପରି ସେକେଣ୍ଡାରୀ ଡିସପ୍ଲେ ହେଉଛି ୨.୭ ଇଞ୍ଚ୍‌ ବିଶିଷ୍ଟ। ଏହାକୁ ନୋଟିଫିକେସନ ଦେଖିବା, ମ୍ୟୁଜିକ୍‌ ପ୍ଲେ-ବ୍ୟାକ୍‌ ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରାଯାଉଛି।

ଫଟୋଗ୍ରାଫି ପାଇଁ ଏଥିରେ ୧୬ ମେଗାପିକ୍ସେଲ ପ୍ରଇମେରୀ କ୍ୟାମେରା ଦିଆଯାଇଛି। ଫୋନ୍‌କୁ ଫୋଲ୍‌ଡ କରିବା ପରେ ଏହାକୁ ସେଲ୍‌ଫି କ୍ୟାମେରା ଭାବେ ବ୍ୟବହାର କରାଯାଇପାରିବ। ଏହାର କ୍ୟାମେରା ସଫ୍ଟୱେର୍‌ରେ ନାଇଟ୍‌ ଭିଜନ୍‌ ମୋଡ୍‌ ଦିଆଯାଇଛି। ଏହା ସାହାଯ୍ୟ ଅଳ୍ପ ଲାଇଟ୍‌ରେ ମଧ୍ୟ ଜବରଦସ୍ତ ଫଟୋ ଉଠାଯାଇପାରିବ।

ସେହିପରି Razr 2019 ସ୍ମାର୍ଟଫୋନର ଭିତର ପାଖରେ ୫ ମେଗାପିକ୍ସେଲର ଆଉ ଏକ କ୍ୟାମେରା ଦିଆଯାଇଛି। ଯେତେବେଳେ ଫୋନ୍‌କୁ ଫୋଲ୍‌ଡ କରାଯାଇନଥିବ ସେ ସମୟରେ ଏହି କ୍ୟାମେରାରେ ସେଲ୍‌ଫି ନେଇ ହେବ।

Razr 2019 ସ୍ମାର୍ଟଫୋନର ସଫ୍ଟୱେର୍‌ରେ ଦେଖିବାକୁ ଗଲେ ଏଥଇରେ ଷ୍ଟକ୍‌ ଆଣ୍ଡ୍ରଏଡ୍‌ ଦିଆଯାଇଛି। ଏଥିରେ ଅକ୍ଟାକୋର ସ୍ନାପଡ୍ରାଗନ ୭୧୦ ପ୍ରୋସେସର ମଧ୍ୟ ଦିଆଯାଇଛି। ଫିଙ୍ଗରପ୍ରିଣ୍ଟ ସେନ୍ସର ଏବଂ ୨୫୧୦ ଏମ୍‌ଏଏଚ୍‌ର ବ୍ୟାଟେରୀ ରହିଛି Motorola Razr 2019 ସ୍ମାର୍ଟଫୋନରେ।

Comment