ଓଡ଼ିଶାଲାଇଭ ବ୍ୟୁରୋ

 ସ୍ମାର୍ଟଫୋନ ନିର୍ମାଣକାରୀ ସଂସ୍ଥା ମୋଟୋରୋଲା ବହୁ ପ୍ରତିକ୍ଷିତ ଫୋନ ‘ୱାନଭିଜନ’ ଗୁରୁବାର ଭାରତରେ ଲଞ୍ଚ କରିଛି। ଗତ ମେ’ ମାସରେ ବ୍ରାଜିଲରେ ଏହାକୁ ବଜାର ପ୍ରବେଶ କରାଇଥିଲା କମ୍ପାନି।

ଏହି ଫୋନର ମୁଖ୍ୟ ଆକର୍ଷଣ ଏହାର ୨୧.୯ ସିନେମା ଭିଜନ ଡିସପ୍ଲେ। କ୍ୟାମେରାରେ ଛିଦ୍ର ଥିବାରୁ ଏହି ଫୋନରେ ସେଲ୍ଫି ନବା ସୁବିଧା ହେବ ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ଏହା ପୂର୍ବରୁ ସୋନି ଏକ୍ସପେରିୟା ୱାନ ସମାନ ଡିସପ୍ଲେ ଫୋନ୍ ବିଦେଶରେ ଲଞ୍ଚ କରିଥିଲେ ବି ଭାରତରେ ଏହା ଲଞ୍ଚ ହୋଇନାହିଁ। ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ ‘ୱାନଭିଜନ’ ଭାରତରେ ଲଞ୍ଚ ହୋଇଥିବା ସବୁଠୁ ବଡ ଡିସପ୍ଳେ ଥିବା ଫୋନ।

ଫୋନରେ ମିଳିବ ଏହି ସବୁ ଫିଚର

ଏହି ଫୋନରେ ୧୦୮୦*୨୫୨୦ ପିକ୍ସେଲ ଏଚଡି ଡିସପ୍ଲ ଏବଂ ୨୧.୯ ଆସପେକ୍ଟ ରେସିଓ ଅଛି । ୨.୨ ଗିଗାହଜ ଡିସପ୍ଲେ ସହିତ ୪ ଜିବି ରାମ ଏବଂ ୧୨୮ ଜିବି ମେମୋରୀ ଅଛି । ସେହି ମେମୋରିକୁ ୫୧୨ ଜିବି ପର୍ଯ୍ୟନ୍ତ ବଢାଇହେବ । ସେଲ୍ଫି କ୍ୟାମେରା ୨୫ ମେଗାପିକ୍ସେଲ ଏବଂ ପଛ କ୍ୟାମେରା ୪୮ ମେଗାପିକ୍ସେଲ ସହ ୮ ଗୁଣା ଡିଜିଟାଲ ଜୁମ୍ ସୁବିଧା ଉପଲବ୍ଧ ଅଛି ।

୩୫୦୦ ଏମଏଏଚ ବ୍ୟାଟେରି କ୍ଷମତା ସମ୍ପର୍ଣ୍ଣ ଫୋନରେ ସୁରକ୍ଷା ପାଇଁ ଫିଙ୍ଗର ଲକର ବ୍ୟବସ୍ଥା ଅଛି ।

Comment