ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଲଞ୍ଚ୍ ହୋଇଛି ସବୁଠୁ ଶସ୍ତା ୫ଜି ସ୍ମାର୍ଟଫୋନ୍ Moto G 5G। ମୋଟୋରୋଲାର ଏହି ନୂଆ ଫୋନ୍‌ରେ ୫,୦୦୦mAh ବ୍ୟାଟେରି ସହ ଅନେକ ଦମ୍‌ଦାର୍ ଫିଚର ମିଳୁଛି। ତେବେ ସବୁଠୁ ଖାସ୍ କଥା ହେଉଛି ଏହି ଫୋନ୍‌ରେ ରିହାତି ମଧ୍ୟ ଦିଆଯାଉଛି। ଆସନ୍ତା ଡିସେମ୍ବର ୭ ତାରିଖରୁ ଫ୍ଲିପ୍‌କାର୍ଟରେ ଏହାର ବିକ୍ରି ଆରମ୍ଭ ହେବ।

ଫିଚର

ଏହି ଫୋନ୍‌ରେ ୧୦୮୦x୨୪୦୦ ପିକ୍ସେଲ ରିଜୋଲ୍ୟୁସନ ସହିତ ୬.୭ ଇଞ୍ଚ୍‌ର ଫୁଲ୍ ଏଚ୍‌ଡି ପ୍ଲସ୍ ଡିସ୍‌ପ୍ଲେ ମିଳୁଛି। ଡିସ୍‌ପ୍ଲେ ମଝିରେ ପଞ୍ଚ୍ ହୋଲ୍ ସୁବିଧା ଅଛି। ଏଥିରେ ୬୦Hz ରିଫ୍ରେସ୍ ରେଟ୍ ସହିତ କ୍ଵାଲକମ୍ ସ୍ନାପ୍‌ଡ୍ରାଗନ୍ ୭୫୦ଜି ପ୍ରୋସେସର ବି ଦିଆଯାଇଛି। Moto G 5G ଆଣ୍ଡ୍ରଏଡ୍ ୧୦ରେ ପରିଚାଳିତ ହେଉଛି।

ଏହି ଫୋନ୍ ଭୋଲ୍‌କାନିକ୍ ଗ୍ରେ ଓ ଫ୍ରୋଷ୍ଟେଡ୍ ସିଲଭର୍ ପରି ଦୁଇଟି ରଙ୍ଗରେ ଉପଲବ୍ଧ ହେଉଛି। ଫୋନ୍‌ରେ ଡୁଆଲ (ନାନୋ) ସିମ୍ ସପୋର୍ଟ ମିଳୁଛି।ଷ୍ଟୋରେଜ୍ ଓ ଦାମ୍

Moto G 5G ଦୁଇଟି ମଡେଲରେ ଉପଲବ୍ଧ ହେଉଛି। ଗୋଟିଏରେ ୪ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ ମିଳୁଛି। ଏହି ମଡେଲଟି ୧୯,୯୯୯ ଟଙ୍କାରେ ଉପଲବ୍ଧ ହେବ। ଦ୍ଵିତୀୟ ମଡେଲରେ ୬ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍ ଦିଆଯାଇଛି। ମାକ୍ରୋ ଏସ୍‌ଡି କାର୍ଡ ସାହାଯ୍ୟରେ ଷ୍ଟୋରେଜ୍‌କୁ ୫୧୨ ଜିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଏହି ମଡେଲ ୨୦,୯୯୯ ଟଙ୍କାରେ ବିକ୍ରି ହେବ।

କ୍ୟାମେରା

ମୋଟୋରୋଲାର ଏହି ଫୋନ୍‌ରେ ୟୁଜରଙ୍କୁ ତିନୋଟି ରିୟର କ୍ୟାମେରା ମିଳିବ। ଏଥିରେ ୪୮ ମେଗାପିକ୍ସେଲର ପ୍ରାଇମେରି କ୍ୟାମେରା ସହିତ ୮ ମେଗାପିକ୍ସେଲର ଅଲ୍‌ଟ୍ରା ଓ୍ଵାଇଡ୍ ଆଙ୍ଗେଲ ଓ ୨ ମେଗାପିକ୍ସେଲର ମାକ୍ରୋ ଲେନ୍ସ ଦିଆଯାଇଛି। ସେହିପରି ସେଲ୍‌ଫି ପାଇଁ Moto G 5Gରେ ୧୬ ମେଗାପିକ୍ସେଲର କ୍ୟାମେରା ରହିଛି।ବ୍ୟାଟେରି କନେକ୍ଟିଭିଟି

Moto G 5G ସ୍ମାର୍ଟଫୋନ୍‌ରେ ୫,୦୦୦mAhର ବ୍ୟାଟେରି ଦିଆଯାଇଛି। ଏଥିସହ ୨୦ ଓ୍ଵାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ଅଛି। କନେକ୍ଟିଭିଟି ପାଇଁ ଏଥିରେ ଓ୍ଵାଇ-ଫାଇ, ଜିପିଏସ୍, ବ୍ଲୁଟୁଥ୍, ଏନ୍‌ଏଫ୍‌ସି, ୟୁଏସ୍‌ବି ଟାଇପ୍-ସି ଆଦି ସୁବିଧା ମିଳିବ। ଏଥିସହ ଫିଙ୍ଗରପ୍ରିଣ୍ଟ ସେନ୍ସର, କମ୍ପାସ୍/ମାଗ୍ନେଟୋମିଟର, ଜିରୋସ୍କୋପ୍, ପ୍ରକ୍ସିମିଟି ସେନ୍ସର ଆଦି ଫିଚର ମଧ୍ୟ ଦିଆଯିବ।

ରିହାତି

Moto G 5G ଉପରେ କମ୍ପାନି ୧,୦୦୦ ଟଙ୍କାର ରିହାତି ଦେଉଛି। ତେବେ ଏଥିପାଇଁ ଆପଣଙ୍କ ପାଖେ HDFC କାର୍ଡ ରହିବା ଜରୁରୀ। କାରଣ HDFC କାର୍ଡରେ ଏହି ସ୍ମାର୍ଟଫୋନ୍ କିଣିଲେ ହିଁ ଏହି ଫୋନ୍ ଉପରେ ହଜାରେ ଟଙ୍କା ରିହାତି ମିଳିବ।

Comment