ଓଡ଼ିଶାଲାଇଭ୍ ବ୍ୟୁରୋ

ମୋଟୋରୋଲା ଖୁବଶୀଘ୍ର ଭାରତରେ ନିଜର ସବୁଠୁ ଶସ୍ତା ୫ଜି ସ୍ମାର୍ଟଫୋନ୍ ଲଞ୍ଚ୍ କରିବାକୁ ଯାଉଛି। ଏହି ଫୋନ୍‌ର ନାଁ ରହିଛି Moto G 5G। ଏଥିରେ ୫,୦୦୦mAh ବ୍ୟାଟେରି ସହ ଅନେକ ଦମ୍‌ଦାର୍ ଫିଚର ମିଳିବ ବୋଲି ଚର୍ଚ୍ଚା ହେଉଛି।

ଫିଚର ଓ ଦାମ୍

ଏହି ଫୋନ୍‌ରେ ୧୦୮୦x୨୪୦୦ ପିକ୍ସେଲ ରିଜୋଲ୍ୟୁସନ ସହିତ ୬.୭ ଇଞ୍ଚ୍‌ର ଫୁଲ୍ ଏଚ୍‌ଡି ପ୍ଲସ୍ ଡିସ୍‌ପ୍ଲେ ମିଳିବ। ଡିସ୍‌ପ୍ଲେ ମଝିରେ ପଞ୍ଚ୍ ହୋଲ୍ ସୁବିଧା ରହିବ। ଏଥିରେ ୬୦Hz ରିଫ୍ରେସ୍ ରେଟ୍ ସହିତ କ୍ଵାଲକମ୍ ସ୍ନାପ୍‌ଡ୍ରାଗନ୍ ୭୫୦ଜି ପ୍ରୋସେସର ଦିଆଯିବ। Moto G 5G ଆଣ୍ଡ୍ରଏଡ୍ ୧୦ରେ ପରିଚାଳିତ ହେବ।

ଏହି ଫୋନ୍ ଭୋଲ୍‌କାନିକ୍ ଗ୍ରେ ଓ ଫ୍ରୋଷ୍ଟେଡ୍ ସିଲଭର୍ ପରି ଦୁଇଟି ରଙ୍ଗରେ ଉପଲବ୍ଧ ହେବ। ଫୋନ୍‌ରେ ଡୁଆଲ (ନାନୋ) ସିମ୍ ସପୋର୍ଟ ମିଳିବ। ଏହି ଫୋନ୍ ୨୯ ହଜାର ଟଙ୍କା ମଧ୍ୟରେ ଲଞ୍ଚ୍ ହେବ ବୋଲି ଆଶା କରାଯାଉଛି।ଷ୍ଟୋରେଜ୍

Moto G 5G ଦୁଇଟି ମଡେଲରେ ଉପଲବ୍ଧ ହେବ। ଗୋଟିଏରେ ୪ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ ମିଳିବ। ଦ୍ଵିତୀୟ ମଡେଲରେ ୬ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍ ଦିଆଯିବ। ମାକ୍ରୋ ଏସ୍‌ଡି କାର୍ଡ ସାହାଯ୍ୟରେ ଷ୍ଟୋରେଜ୍‌କୁ ୫୧୨ ଜିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ।

କ୍ୟାମେରା

ମୋଟୋରୋଲାର ଏହି ଫୋନ୍‌ରେ ୟୁଜରଙ୍କୁ ତିନୋଟି ରିୟର କ୍ୟାମେରା ମିଳିବ। ଏଥିରେ ୪୮ ମେଗାପିକ୍ସେଲର ପ୍ରାଇମେରି କ୍ୟାମେରା ସହିତ ୮ ମେଗାପିକ୍ସେଲର ଅଲ୍‌ଟ୍ରା ଓ୍ଵାଇଡ୍ ଆଙ୍ଗେଲ ଓ ୨ ମେଗାପିକ୍ସେଲର ମାକ୍ରୋ ଲେନ୍ସ ଦିଆଯିବ। ସେହିପରି ସେଲ୍‌ଫି ପାଇଁ Moto G 5Gରେ ୧୬ ମେଗାପିକ୍ସେଲର କ୍ୟାମେରା ରହିବ।ବ୍ୟାଟେରି ଓ କନେକ୍ଟିଭିଟି

Moto G 5G ସ୍ମାର୍ଟଫୋନ୍‌ରେ ୫,୦୦୦mAhର ବ୍ୟାଟେରି ମିଳିବ। ଏଥିସହ ୨୦ ଓ୍ଵାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ପ୍ରଦାନ କରାଯିବ। କନେକ୍ଟିଭିଟି ପାଇଁ ଏଥିରେ ଓ୍ଵାଇ-ଫାଇ, ଜିପିଏସ୍, ବ୍ଲୁଟୁଥ୍, ଏନ୍‌ଏଫ୍‌ସି, ୟୁଏସ୍‌ବି ଟାଇପ୍-ସି ଆଦି ସୁବିଧା ମିଳିବ। ଏଥିସହ ଫିଙ୍ଗରପ୍ରିଣ୍ଟ ସେନ୍ସର, କମ୍ପାସ୍/ମାଗ୍ନେଟୋମିଟର, ଜିରୋସ୍କୋପ୍, ପ୍ରକ୍ସିମିଟି ସେନ୍ସର ଆଦି ଫିଚର ମଧ୍ୟ ଦିଆଯିବ।

Comment