ଓଡ଼ିଶାଲାଇଭ୍‌ ବ୍ୟୁରୋ  

ଅଜଣା ବ୍ୟକ୍ତିଙ୍କ ଦୁର୍ବ୍ୟବହାରର ଶିକାର ହେଲେ ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ। ବଜାର କମିଟି କାର୍ଯ୍ୟାଳୟ ପ୍ରକୋଷ୍ଠରେ ଦିନ ୧୧ଟା ସମୟରେ ଜଣେ ଅଜଣା ବ୍ୟକ୍ତି ଟେଣ୍ଡରକୁ ନେଇ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଅବକାଶ ବେହେରାଙ୍କୁ ଦୁର୍ବବ୍ୟହାର କରିଥିବା ଅଭିଯୋଗ ହୋଇଛି।

ଉୟେଇଂଙ୍ଗ ମେସିନ ଓ ତାରପେଲିନ ଟେଣ୍ଡର ନୋଟିସ ଖୋଲାଯିବା ସମୟରେ ଏହି ଘଟଣା ଘଟିଛି। କଟକର ମୋହନ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କର ଟେଣ୍ଡରରେ କୌଣସି ସଂପୃକ୍ତି ନଥିବା ସତ୍ତ୍ଵେ ସଂପାଦକ ପ୍ରକୋଷ୍ଠରେ ପଶି ଅଯଥା ଯୁକ୍ତିତର୍କ କରିବା ସହ ଗାଳିଗୁଲଜ କରିଥିବା ସମ୍ପାଦକ ଅଭିଯୋଗ କରିଛନ୍ତି।

ଟେଣ୍ଡର ଖୋଲାଯିବ ସମୟରେ ବ୍ୟକ୍ତି ଜଣକ ସମ୍ପାଦକଙ୍କ ପ୍ରକୋଷ୍ଠକୁ ପଶି ଆସିଥିଲେ। ତେବେ ସେ କେଉଁ ସଂସ୍ଥାର ବୋଲି ପଚରା ଯିବାରୁ ସେ କେଉଁ ସଂସ୍ଥାର ନୁହେଁ ବୋଲି ମନା କରିଥିଲେ। ପରେ ସମ୍ପାଦକ ତାଙ୍କୁ ବାହାରକୁ ଯିବାକୁ କହିବାରୁ ବ୍ୟକ୍ତି ଜଣକ ଉତ୍ୟକ୍ତ ହୋଇ ତାଙ୍କୁ ଦୁର୍ବବ୍ୟବହାର କରିବା ସହ ଗାଳିଗୁଲଜ କରିଥିଲେ। ଏହାକୁ ନେଇ ସମ୍ପାଦକ ଥାନାରେ ଅଭିଯୋଗ କରିଛନ୍ତି।

ଏହାପରେ ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚି ମୋହନ ପ୍ରଧାନଙ୍କୁ ଧରି ଥାନାକୁ ନେଇଯାଇଥିଲା। ମୋହନ ପ୍ରଧାନଙ୍କୁ ଥାନାକୁ ଅଣାଯିବା ପରେ ଆର ଏମ ସି ସମ୍ପାଦକ ଅବକାଶ ବେହେରା ପୋଲିସକୁ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଏହି ଅଭିଯୋଗକୁ ଭିତ୍ତିକରି ପୋଲିସ ବ୍ୟକ୍ତିଙ୍କୁ ପଚରାଉଚରା ଜାରି ରଖିଛି।

Comment