ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ବଲପୁର ମୁଦୀପଡା ପାଣିଟାଙ୍କି ପଡ଼ାର ଏକ ବନ୍ଦ ଘରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଭଡାଘରେ ବାହାର ପଟୁ ତାଲା ଝୁଲୁଥିବା ବେଳେ ଗତ ୨ଦିନ ଧରି ଦୁର୍ଗନ୍ଧ ବାହାରୁଥିଲା।  ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର ଖୋଲାଯିବା ପରେ ଘର ଭିତରୁ ମହିଳାଙ୍କ ମୃତଦେହ ମିଳିଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେହ ଘରେ ଭଡ଼ାରେ ସ୍ୱାମୀ, ସ୍ତ୍ରୀ ରହୁଥିଲେ। ହେଲେ କିଛି ଦିନ ହେବ ଘରେ ତାଲା ପଡିଥିବା ଦେଖିବାକୁ ମିଳିଥିଲା।

ଆଜି ଘର ଖୋଲାଯିବା ପରେ ମହିଳାଙ୍କ ଗଳିତ ମୃତଦେହ ମିଳିଛି। ମହିଳାଙ୍କ ସ୍ୱାମୀ ମଧ୍ୟ ଫେରାର ଅଛନ୍ତି। ତେବେ କେଉଁ ପରିସ୍ଥିତରେ ତାଙ୍କର ମୃତ୍ୟୁ ହୋଇଛି ସେନେଇ ପୋଲିସ ତଦନ୍ତ କରୁଛି ।

Comment