ଓଡ଼ିଶାଲାଇଭ୍ ବ୍ୟୁରୋ

୮ ଦିନ, ୮ଟି ସ୍ଥାନ, ୮୦୦ କିଲୋମିଟର, ୮ଟି ସାଇକେଲ୍‌ ଓ ୮ ଜଣ ସାଇକ୍ଲିଷ୍ଟ ଶାନ୍ତି ଓ ବନ୍ଧୁତ୍ୱର ବାର୍ତ୍ତା ନେଇ ଶ୍ରୀଲଙ୍କା ଯାତ୍ରା କରି ଦୁଃସାହସିକତାର ପରିଚୟ ଦେଇଛନ୍ତି ଓଡ଼ିଶାର ଦୁଃସାହସିକ ସାଇକେଲ ଯାତ୍ରୀ।

ଶାନ୍ତି ଓ ଭାତୃତ୍ୱର ବାର୍ତ୍ତା ନେଇ ଭୁବନେଶ୍ଵରରୁ ଶ୍ରୀଲଙ୍କାକୁ ସାଇକେଲ ଯାତ୍ରା କରିଥିଲେ ସାଇକେଲିଂ ଆଣ୍ଡ ଆଡଭେଞ୍ଚର କ୍ଳବର ୮ ଜଣିଆ ଟିମ୍‌। ୮ ଦିନରେ ୮୦୦ କିଲୋମିଟର ଅତିକ୍ରମ କରି ସେମାନେ ଶ୍ରୀଲଙ୍କାରେ ପହଞ୍ଚିଥିଲେ। ରାସ୍ତାରେ ଯିବା ବେଳେ ବହୁ ବାଧାବିଘ୍ନକୁ ପାର କରି ସେମାନେ ସେମାନଙ୍କ ଲକ୍ଷ୍ୟ ପୂରଣ କରିଥିଲେ।

ଶାନ୍ତି, ବନ୍ଧୁତ୍ଵ ଓ ଭାତୃତ୍ୱର ବାର୍ତ୍ତା ନେଇ ଶ୍ରୀଲଙ୍କାକୁ ଦୁଃସାହସିକ ସାଇକେଲ ଯାତ୍ରା କରିଥିଲେ ସାଇକେଲିଂ ଆଣ୍ଡ ଆଡଭେଞ୍ଚର କ୍ଳବର ୮ ଜଣିଆ ଟିମ୍‌। ଅକ୍ଟୋବର ୪ରୁ ସେମାନେ ନିଜ ଯାତ୍ରା ଆରମ୍ଭ କରିଥିଲେ। ସେମାନେ ସାଇକେଲ୍‌ରେ ପ୍ରଥମେ କଲୋମ୍ବୋରୁ ଗଲ୍ଲେ, ଉଡାଓ୍ୱଲାଓ୍ୱେ ନ୍ୟାସନାଲ ପାର୍କ, କ୍ୟାଣ୍ଡି, ଡମ୍ବୁଲା ଓ ଶିଗିରିଆ ଦେଇ ଶ୍ରୀଲଙ୍କା ଅତିକ୍ରମ କରିଥିଲେ।

ସାଇକେଲିଂ ଆଣ୍ଡ ଆଡଭେଞ୍ଚର କ୍ଳବର ଏହି ୮ ଜଣିଆ ଟିମ୍‌ ପ୍ରତିଦିନ ସକାଳ ୬ଟାରୁ ନିଜ ଯାତ୍ରା ଆରମ୍ଭ କରନ୍ତି। ରାସ୍ତାରେ ରହି ରହି ସେମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲେ।

ଟିମ୍‌ର ସଦସ୍ୟ ଅଜୟ ନନ୍ଦ କହିଛନ୍ତି, ‘‘ଶାନ୍ତି ଓ ଭାତୃତ୍ୱର ବାର୍ତ୍ତା ବାଣ୍ଟିବା ପାଇଁ ଆମେ ସାଇକେଲ୍‌ରେ ଯାତ୍ରା କରିଥିଲୁ। ଆମେ ଶ୍ରୀଲଙ୍କାରେ ଓଡ଼ିଶାର କଳା ସଂସ୍କୃତି ବଷୟରେ କହୁ। ଆମେ ସାଇକେଲ ଯାତ୍ରା କରିବା ସହ ବିଭିନ୍ନ ସ୍ଥାନର ଲୋକମାନଙ୍କ ସହ ମିଶି ଗୁଡ଼ାଏ ଜିନିଷ ଶିଖିବାକୁ ପାଇଥାଉ। ଏହାସହ ସମସ୍ତଙ୍କୁ ସାଇକେଲ ପ୍ରତି ଆକୃଷ୍ଟ କରିବା ଏହି ଯାତ୍ରାର ଅନ୍ୟତମ ଉଦ୍ଦେଶ୍ୟ।’’

ପୂର୍ବରୁ ସାଇକେଲିଂ ଆଣ୍ଡ ଆଡଭେଞ୍ଚର କ୍ଳବ କଟକରୁ କାଠମାଣ୍ଡୁ, ଭୁବନେଶ୍ୱରରୁ ଭୂଟାନ, ଭିଏତନାମ, କାମ୍ବୋଡିଆ ଆଦି ସ୍ଥାନକୁ ସାଇକେଲରେ ଯାତ୍ରା କରିଥିଲେ।

Comment