ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ଵଲପୁର ମୁଦୀପଡାରେ ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରୁ ପର୍ଦ୍ଦା ହଟାଇଲା ପୋଲିସ। ହତ୍ୟା ଅଭିଯୋଗରେ ମହିଳାଙ୍କ ସ୍ଵାମୀକୁ ଗିରଫ କରିଛି ପୋଲିସ। ଘରୋଇ କଳିରୁ ସ୍ତ୍ରୀକୁ ହତ୍ୟା କରିଥିବା ମାନିଛି ଅଭିଯୁକ୍ତ ସ୍ଵାମୀ। ଅଭିଯୁକ୍ତ ଜଣକ ହେଉଛନ୍ତି ଜୁଜୁମରା ଥାନା କଅଁସର ଗାଁର ଜ୍ୟୋତିଷ ଟପ୍ନୋ।

ଗତ ୧୫ ତାରିଖରେ ମୁଦୀପଡା ପାଣିଟାଙ୍କି ପଡ଼ାର ଏକ ବନ୍ଦ ଘରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହି ଭଡାଘରେ ବାହାର ପଟୁ ତାଲା ଝୁଲୁଥିବା ବେଳେ ଗତ ୨ଦିନ ଧରି ଦୁର୍ଗନ୍ଧ ବାହାରୁଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର ଖୋଲାଯିବା ପରେ ଘର ଭିତରୁ ମହିଳାଙ୍କ ମୃତଦେହ ମିଳିଛି।

Comment