ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୋର୍ଦ୍ଧା ବଡ଼ପୋଖରିଆ ଅନ୍ତର୍ଗତ ଗୋପୀନାଥପୁର ଗାଁରେ ହାତୀ ଆତଙ୍କ। ସୋମବାର ହାତୀ ଆକ୍ରମଣରେ ଗୋପୀନାଥପୁର ଗାଁର ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମୃତକଙ୍କ ନାଁ ହେଉଛି ଦାଶରଥି ମାଝି।

ଦାଶରଥି ଘରକୁ ଫେରୁଥିବା ସମୟରେ ପାଖାପାଖି ୨୪ଟି ହାତୀ ତାଙ୍କ ଆଡ଼କୁ ମାଡ଼ିଆସିଥିଲେ। ହାତୀ ପଲ୍ଲଙ୍କ ଆକ୍ରମଣ କରେ ଗଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଘଟଣାସ୍ଥଳରେ ନିରାକାରପୁର ପୋଲିସ ଓ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଗାଁରୁ ହାତୀ ଘଉଡ଼ାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Comment