ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ରେଲଓ୍ଵେରେ ଚାକିରି ସୁଯୋଗ। ରେଲଓ୍ଵେରେ ଖାଲି ପଡ଼ିଥିବା ୨ ହଜାର ୨୯ ଆପ୍ରେନଟିସ୍ ପଦବୀ ପାଇଁ ନିଯୁକ୍ତି ଦିଆଯିବ। ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ଇଚ୍ଛୁକ ପ୍ରାର୍ଥୀମାନେ ଡିସେମ୍ଵର ୮ ଯାଏଁ ଆବେଦନ କରିପାରିବେ।

  • ପଦବୀ ସଂଖ୍ୟା – ୨ ହଜାର ୨୯
  • ଶିକ୍ଷାଗତ ଯୋଗ୍ୟତା – ଦଶମ ଓ ଆଇଟିଆଇ ପାସ୍‌ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ।
  • ବୟସ ସୀମା – ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୫ ବର୍ଷ ହେବା ଆବଶ୍ୟକ। ସର୍ବାଧିକ ବୟସ ସୀମାରୁ ଏସ୍‌ସି/ଏସ୍‌ଟି ପ୍ରାର୍ଥୀଙ୍କୁ ୫ ବର୍ଷ ଓ ଓବିସି ପ୍ରାର୍ଥୀଙ୍କୁ ୩ ବର୍ଷ ଛାଡ଼ ଦିଆଯିବ।
  • ଆବେଦନ ଫିସ୍‌ – ୧୦୦ ଟଙ୍କା
  • ଶେଷ ତାରିଖ – ୮ ଡିସେମ୍ଵର ୨୦୧୯

ଆବେଦନ କରିବାପାଇଁ ପ୍ରାର୍ଥୀମାନେ ଓ୍ଵେବ୍‌ସାଇଟ୍‌ rrcjaipur.in କୁ ଯାଇ ପାରିବେ। ସେଠାରେ ଅନଲାଇନରେ ଆବେଦନ କରିବା ସହ ଅଧିକ ତଥ୍ୟ ପାଇ ପାରିବେ।

Comment