ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧାନ କିଣାରେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ବରଗଡ଼ରେ ଚାଷୀ ଆନ୍ଦୋଳନ ଜାରି ରହିଛି। ଏହି ବ୍ୟବସ୍ଥାକୁ ବିରୋଧ କରି ଆଜି ଅତାବିରାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ଚାଷୀ। ଏଥିସହ ଜିଲ୍ଲା ଯୋଗାଣ ବିଭାଗ ଅଫିସରେ ତାଲା ମଧ୍ୟ ପକାଇଛନ୍ତି।

ସରକାର ଏଥର ଚାଷୀଙ୍କଠାରୁ ଖରିଫ୍ ଧାନ ସଂଗ୍ରହ କରିବାକୁ ଟୋକନ୍ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଯାହାକୁ ନେଇ ଚାଷୀମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ଏହାକୁ ହଟାଇବା ପାଇଁ ଚାଷୀମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଆରମ୍ଭ କରିଛନ୍ତି।

କେବଳ ବରଗଡ଼ ନୁହେଁ, ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।

Comment