ଗାୟତ୍ରୀ ଦାସ

ପ୍ରଥମାଷ୍ଟମୀରେ ଏକ ସ୍ୱତନ୍ତ୍ର ପ୍ରକାରର ପିଠା ପ୍ରସ୍ତୁତ ହୋଇଥାଏ। ଏହା ହଳଦୀ ପତ୍ରରେ ପ୍ରସ୍ତୁତ ହୋଇଥାଏ। ଜାଣନ୍ତୁ, କେମିତି ପ୍ରସ୍ତୁତ କରିବେ ଏଣ୍ଠୁରୀ ପିଠା।

ପିଠା ପାଇଁ ଏକ ଉଷୁଆଁ ଚାଉଳ ସ୍ୱତନ୍ତ୍ର ଭାବେ ତିଆରି କରାଯାଏ। ଏହାକୁ ଚୂନା କରି ନୂଆ ବିରିରେ ପ୍ରସ୍ତୁତ ପିଠଉରେ ଗୋଳାଇ ଆଣ ତିଆରି କରାଯାଏ। ତା’ପରେ ପତ୍ରକୁ ପରିଷ୍କାର କରି ଥୋଇ ଛୋଟ ଆକାରରେ କଟାଯାଏ। ପିଠଉକୁ ୬/୮ ଘଣ୍ଟା ଖାଇବା ସୋଡ଼ା ଓ ଲୁଣ ପକାଇ ଛାଡ଼ି ଦିଆଯାଏ ଫୁଲିବା ପାଇଁ।

ନଡ଼ିଆ କୋରାରେ ଗୁଡ଼, ଛେନା, ଗୁଜୁରାତି, ଗୋଲମରିଚ ପକାଇ ଭଲ ଭାବେ କରେଇରେ ବସାଯାଏ। ତା’ପରେ ଅଥାର ଗଢ଼ାଯାଏ।

ମାଟିହାଣ୍ଡିରେ ବଡ଼ ସୁନ୍ଦର ଭାବେ ଆମ ଜେଜେମା’ମାନେ ଅଥାର କରୁଥିଲେ। ଆଜିକାଲି ଆଉ ଅଥାର ନାହିଁ, ଇଟିଲି ଛାଞ୍ଚରେ ରଖି ପଠାକୁ ସିଝାଇ ଦେଉଛନ୍ତି।

ଗରମ ଗରମ ପିଠାକୁ ଘାଣ୍ଟ ସହ ଖାଆନ୍ତୁ।

Comment