ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧାନସଭାରେ ବୁଧବାର ଧାନକିଣାରେ ଟୋକନ ବ୍ୟବସ୍ଥାକୁ ଚାଷୀଙ୍କ ବିରୋଧ ପ୍ରସଙ୍ଗରେ ଆଲୋଚନା ହୋଇଛି। ଧାନକିଣାରେ ଟୋକନ ବ୍ୟବସ୍ଥା ଅଛି, ରହିବ, ଏହି ବ୍ୟବସ୍ଥା ପ୍ରତ୍ୟାହାର ହେବନି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

‘‘ନୂଆ ବ୍ୟବସ୍ଥା ଲାଗୁ ହୋଇଛି। ଧାନକିଣାରେ ସ୍ୱଚ୍ଛତା ପାଇଁ ଏହି ବ୍ୟବସ୍ଥା ହୋଇଛି। ଚାଷୀମାନେ ଧାନର ଉଚିତ ମୂଲ୍ୟ ପାଇବେ। ଚାଷୀମାନେ ବି ଏଥିରେ ସହଯୋଗ କରନ୍ତୁ’’, କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ଜାଗାରେ ଅସୁବିଧା ଥିଲେ ଚାଷୀ ଅଭିଯୋଗ କରିପାରିବେ। ଚାଷୀଙ୍କ ପ୍ରସ୍ତାବକୁ ସରକାର ଗ୍ରହଣ କରିବେ।

Comment