ଓଡ଼ିଶାଲାଇଭ୍ ବ୍ୟୁରୋ

ବିଭିନ୍ନ ଦାବି ନେଇ ବଲାଙ୍ଗିର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୪୮ ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି। ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ଗୁରୁବାର ଯାଏଁ ଚାଲିବ।

ବନ୍ଦ ପ୍ରଭାବରେ ସରକାରୀ ଅଫିସ୍‌ ଅଚଳ ହୋଇ ଯାଇଥିଲା। ବ୍ୟାଙ୍କ ସେବା ଓ ବୀମା ଅଫିସ୍‌ ଖୋଲି ନଥିଲା। ଅନ୍ୟ ସରକାରୀ ଅଫିସ୍‌ରେ ତାଲା ପଡ଼ିଥିଲା। ଫଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗିଥିଲେ। ବନ୍ଦ ଯୋଗୁଁ ଯାତ୍ରୀ ସେବାରେ କୌଣସି ବାଧା ସୃଷ୍ଟି ହୋଇନି। ଗାଡ଼ି ଚଳାଚଳ ସ୍ୱାଭାବିକ ରହିଛି। ସ୍କୁଲ, କଲେଜ ମଧ୍ୟ ଖୋଲା ରହିଛି।

ବଲାଙ୍ଗିରରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସହ ଲୋୟର ଶୁକତେଲ୍ ପ୍ରକଳ୍ପକୁ ପୁଣି ଆରମ୍ଭ କରିବା, ବିସ୍ଥାପିତଙ୍କୁ ସ୍ଥାୟୀ ଜାଗା ପ୍ରଦାନ କରିବା ଓ ବଲାଙ୍ଗିର ଟାଉନରେ ଗୋଟିଏ ଓଭରବ୍ରିଜ୍ ତିଆରି ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ ବିଭିନ୍ନ ସଂଗଠନ ସମର୍ଥନ ଦେଇଛନ୍ତି।

Comment