ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ। ୧୮୯୯ ମସିହା, ନଭେମ୍ବର ୨୧ରେ ଭଦ୍ରକର ଅଗରପଡ଼ାରେ ଜନ୍ମ ହୋଇଥିଲେ ସେ।

ଆଜି ତାଙ୍କ ଜୟନ୍ତ୍ରୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

‘‘ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ଓଡ଼ିଶାର ପ୍ରଗତି, ସାମ୍ବାଦିକତା ଓ ସାହିତ୍ୟ ପ୍ରତି ତାଙ୍କ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ‘‘, ଟୁଇଟରେ ଲେଖିଛନ୍ତି ନବୀନ।

ଡକ୍ଟର ମହତାବ ଜଣେ ଲେଖକ ଓ ଭାରତୀୟ ଜାତୀୟ କଂଗ୍ରେସ ନେତା ଥିଲେ। ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ୧୯୪୬-୫୦, ତା’ ପରେ ୧୯୫୬ରୁ ୧୯୬୧ ଯାଏଁ କାମ କରିଥିଲେ।

ରାଜନୀତି, ସାହିତ୍ୟ ,ସାମ୍ବାଦିକତା ଓ ସର୍ବୋପରୀ ଆଧୁନିକ ଓଡ଼ିଶାର ନିର୍ମାଣ କ୍ଷେତ୍ରରେ ମହତାବଙ୍କ ଅବଦାନ ଅତୁଳନୀୟ।

Comment