ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ବଲପୁରରେ ଧାନକିଣାରେ ଅନଲାଇନ୍‌ ଟୋକାନ ବ୍ୟବସ୍ଥା ଉଚ୍ଛେଦ ଜିଦରେ ଅଟଳ ଚାଷୀ ସଙ୍ଗଠନ। ଏହି ବ୍ୟବସ୍ଥା ପ୍ରତ୍ୟାହାର ପାଇଁ ୩ ଦିନ ହେଲା ପଶ୍ଚିମ ଓଡ଼ିଶାରେ ଚାଷୀଙ୍କ ଆନ୍ଦୋଳନ ଲାଗି ରହିଛି।  ହେଲେ ସରକାର କିଛି ପଦକ୍ଷେପ ନନେଇ ଥିବାରୁ ଗୁରୁବାର ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ରାସ୍ତା ଉପରେ ଧାନବସ୍ତା ରଖି ବରେଇପାଲିରେ ଚାଷୀମାନେ ରାସ୍ତାରୋକ କରିଛନ୍ତି। ଫଳରେ ଆମ୍ବୁଲାନ୍ସକୁ ଛାଡ଼ି ଶହ ଶହ ଗାଡ଼ି ରାସ୍ତାରେ ଅଟକି ରହିଛି।

‘‘ଆମେ ମୁର୍ଖ ଲୋକ। ଆମେ କ’ଣ ମୋବାଇଲରେ ଜାଣିଛୁ। ଏମିତି ବ୍ୟବସ୍ଥାରେ ଆମକୁ କ’ଣ ଲାଭ ମିଳିବ‘‘, କହିଛନ୍ତି ଆନ୍ଦୋଳନରତ ଚାଷୀ।

ସରକାର ଦାବି ନଶୁଣିବା ଯାଏଁ ଆନ୍ଦୋଳନରୁ ଓହରିବେନି ବୋଲି ଚାଷୀ ରୋକଠୋକ୍‌ କହିଛନ୍ତି। ଅନ୍ୟପକ୍ଷରେ ଚାଷୀଙ୍କ ସହ ଆଲୋଚନା କରିବାକୁ ଆନ୍ଦୋଳନସ୍ଥଳରେ ପହଞ୍ଚିଛନ୍ତି ବିଧାୟକ ରୋହିତ ପୂଜାରୀ।

Comment