ଓଡ଼ିଶାଲାଇଭ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ):  ୫୮ତମ ଜାତୀୟ ଫାର୍ମାସୀ ସପ୍ତାହ ପାଳିତ ହୋଇଛି। ଏହି ଅବସରରେ ରାୟଗଡ଼ା ସହରସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ଲଡ୍‍ବ୍ୟାଙ୍କ ଅଧିକାରୀ ଏମଡି ଅବଦୁଲ ମାଜିଦ୍‍ ଯୋଗ ଦେଇଥିଲେ।

ବିଶ୍ୱବିଦ୍ୟାଳୟ ନିର୍ଦେଶକ ରାଜେଶ ପାଢୀଙ୍କ ନିର୍ଦ୍ଦେଶକ୍ରମେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିବା ବେଳେ ଉକ୍ତ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।

ଏହି ରକ୍ତଦାନ ଶିବିରରେ ମୋଟ ୬୫ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟ ଫାର୍ମାସୀ ବିଭାଗ ଅଧ୍ୟକ୍ଷ ଚନ୍ଦ୍ରଶେଖର ପାତ୍ର, ନିହାର ରଞ୍ଜନ କର, ସୁକାନ୍ତ ସତପଥୀ, ଦୀପଙ୍କର ରଥ, ଲାଡିଅଲିକ କୁମାର, କାମିନୀ ସେଠୀଙ୍କ ସମେତ ପଲ୍ଲିଶ୍ରୀ ଭୁକ୍ତା ଓ ଦୂଷ୍ମନ୍ତ ବେହେରା ଓ ଅନ୍ୟ ପ୍ରମୁଖ ସଦସ୍ୟ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Comment