ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୫୯ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଆଜି ଏନ୍ସିସି ଦିବସ ଅବସରରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହିତ ଅଯୋଧ୍ୟା ଶୁଣାଣି ଉପଣେ ଲୋକଙ୍କ ମତକୁ ପ୍ରଶଂସା କରିଥିଲେ।
ମୋଦି କହିଥିଲେ, “ନଭେମ୍ବର ଚତୁର୍ଥ ରବିବାରକୁ ଦେଶରେ ଏନ୍ସିସି ଦିବସ ଭାବେ ପାଳନ କରାଯାଏ। ଏନ୍ସିସିରେ ସ୍ଥଳ, ଜଳ ଏବଂ ବାୟୁସେନା ସାମିଲ ହୋଇଛନ୍ତି। ଅତୀତରେ ମୁଁ ମଧ୍ୟ ଏନ୍ସିସିରେ ରହି ବହୁତ କିଛି ହାସଲ କରିଛି।” ଏହି ଅବସରରେ ମୋଦି ଏନ୍ସିସି କ୍ୟାଡେଟ୍ ଥିବା କିଛି ପିଲାଙ୍କ ସହ ଟେଲିଫୋନ ମାଧ୍ୟମଣେ କଥା ହୋଇଥିଲେ।
ମୋଦି ଦେଶର ପ୍ରତ୍ୟେକ ସ୍କୁଲ୍ରେ ଫିଟ୍ ଇଣ୍ଡିଆ ସପ୍ତାହ ପାଳନ କରିବାକୁ ମୋଦି ଆହ୍ୱାନ କରିଥିଲେ। ମୋଦି କହିଥିଲେ ଯେ, ଉନ୍ନତ ଜୀବନଶୈଳୀ ଏବଂ ସନ୍ତୁଳନ ଖାଦ୍ୟ ଗ୍ରହଣ ସୁସ୍ଥଜୀବନର ମାପକାଠି। ତେଣୁ ଆସନ୍ତା ଡିସେମ୍ବର ମାସରେ ଦେଶର ସବୁ ସ୍କୁଲ୍ରେ ଫିଟ୍ ଇଣ୍ଡିଆ ସପ୍ତାହ ପାଳନ କରାଯାଉ।
ମୋଦି ଆହୁରି ମଧ୍ୟ କହିଥିଲେ, “ନଭେମ୍ବର ୯ରେ ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟଙ୍କ ଏହି ଫଇସଲାକୁ ଦେଶର ୧୩୦ କୋଟି ଜନତା ଅଗ୍ରାଧିକାର ଦେଇଥିଲେ। ଦେଶବାସୀ ପ୍ରମାଣ କରିଦେଇଥିଲେ କି ଦେଶର ଶାନ୍ତି, ଏକତା ଏବଂ ସଦ୍ଭାବନାଠାରୁ ବଡ଼ ଆଉ କିଛି ନାହିଁ।”