ଓଡ଼ିଶାଲାଇଭ୍ ବିଜନେସ୍ ବ୍ୟୁରୋ

Live Streaming service by OL Digital

  • ଉନ୍ନତମାନର ଲାଇଭ୍ ଷ୍ଟ୍ରିମିଂ ସେବା
  • ଏକାଧିକ ସୋସିଆଲ୍ ଚ୍ୟାନେଲରେ ଲାଇଭ୍ ଷ୍ଟ୍ରିମିଂ
  • ତାସାଙ୍ଗକୁ ଅତ୍ୟାଧୁନିକ ଭିଡିଓ ପ୍ରଡକ୍ସନ

ଓଡ଼ିଶାର ଆଗଧାଡ଼ିର ମିଡିଆ ଏଜେନ୍ସି ‘ଓଏଲ୍ ଡିଜିଟାଲ୍‌’ (ଓଡ଼ିଶାଲାଇଭ୍ ମିଡିଆର ଏକ ଅଂଶ) ପକ୍ଷରୁ ଲାଇଭ୍ ଷ୍ଟ୍ରିମିଂ ସେବା ଯୋଗାଇ ଦିଆଯାଉଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କମ୍ପାନି ଏହି ଡିଜିଟାଲ୍ ସେବା ଦେଉଛି।

OdishaLIVE Team_OL Digital Team

ଆଜିର ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ବେଳେ ୱେବସାଇଟ୍ ଏବଂ ସୋସିଆଲ୍ ମିଡିଆରେ ସିଧା ପ୍ରସାରଣ ଏକ ନୂଆ ଧାରାରେ ପରିଣତ ହୋଇଛି। ବିଶେଷକରି ବଡ଼ ବଡ଼ ଇଭେଣ୍ଟ ବେଳେ ଏକାଧିକ ସୋସିଆଲ୍‌ ମିଡିଆ ଚ୍ୟାନେଲରେ ଲାଇଭ୍ ଷ୍ଟ୍ରିମିଂ କରି ଆୟୋଜକମାନେ ଦେଶ ବିଦେଶରେ ଥିବା ହଜାର ହଜାର ଦର୍ଶକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। ଓଏଲ୍ ଡିଜିଟାଲ୍ ଟିମ୍ ଉଚ୍ଚମାନର ତଥା ଫୁଲ୍ ଏଚଡି କ୍ୱାଲିଟିର ଭିଡ଼ିଓ ଷ୍ଟ୍ରିମିଂ କରି ଏହି ସେବା କ୍ଷେତ୍ରରେ ଲୋକପ୍ରିୟତା ପାଇପାରିଛି।

OdishaLIVE Team_OL Digital Team

ଫେସବୁକ୍, ୟୁଟ୍ୟୁବ୍ ବା ଟ୍ୟୁଟର୍ (ପେରିସ୍କୋପ୍) ପରି ସୋସିଆଲ୍ ଚ୍ୟାନେଲରେ କୋଟି କୋଟି ସଂଖ୍ୟାରେ ଲୋକ ଯୋଡ଼ି ହୋଇ ରହିଛନ୍ତି। ତେଣୁ କୌଣସି ସରକାରୀ  ବା ଘରୋଇ କାର୍ଯ୍ୟକ୍ରମ ବେଳେ ଏହିସବୁ ଚ୍ୟାନେଲରେ ଲାଇଭ୍ ଷ୍ଟ୍ରିମିଂ କରାଯିବା ଫଳରେ ସମ୍ପୃକ୍ତ କାର୍ଯ୍ୟକ୍ରମକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ସମ୍ଭବପର ହୋଇପାରୁଛି। ଅର୍ଥାତ୍ କୌଣସି ଇଭେଣ୍ଟରେ ସିଧାସଳଖ ଭାବେ ଯଦି ୨୦୦ରୁ ୨୦୦୦ ପର୍ଯ୍ୟନ୍ତ ଲୋକ ରହିଛନ୍ତି ସେହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଗଲେ ହୁଏତ ଦେଶ ବିଦେଶରେ ଥିବା ଲକ୍ଷ ଲକ୍ଷ ଲୋକଙ୍କ ସହ ଯୋଡ଼ି ହେବାର ସମ୍ଭାବନା ରହିଛି।

OdishaLIVE Team_OL Digital Team

ଲୋକପ୍ରିୟ ଡିଜିଟାଲ୍ ମିଡିଆ କମ୍ପାନି ଓଡ଼ିଶାଲାଇଭ୍‌ର ମିଡିଆ ସେବା ବିଭାଗର ନାଁ ରହିଛି ଓଏଲ୍ ଡିଜିଟାଲ୍। ରାଜ୍ୟର ଏକ ପ୍ରଫେସନାଲ୍ ମିଡିଆ ଏଜେନ୍ସି ଭାବରେ ପରିଚିତ ଓଏଲ୍ ଡିଜିଟାଲ୍‌ କଣ୍ଟେଣ୍ଟ ଡେଭଲପମେଣ୍ଟ, ଭିଡିଓ ପ୍ରଡକ୍ସନ, କଣ୍ଟେଣ୍ଟ ଲୋକାଲାଇଜେସନ୍ ବା ଅନୁବାଦ, ସୋସିଆଲ୍ ମିଡିଆ ମ୍ୟାନେଜମେଣ୍ଟ ଆଦି ସହ ଲାଇଭ୍ ଷ୍ଟ୍ରିମିଂ ସେବା ଯୋଗାଇ ଦେଉଛି।

OdishaLIVE Team_OL Digital Team

ଓଏଲ୍ ଡିଜିଟାଲ୍ ହାତକୁ ନେଇଥିବା ପ୍ରମୁଖ ଷ୍ଟ୍ରିମିଂ କାର୍ଯ୍ୟକ୍ରମ ମଧ୍ୟରେ ରହିଛି ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ବାର୍ଷିକ ‘ଓଡ଼ିଶା ଟ୍ରାଭେଲ୍ ବଜାର’ (୨୦୧୮, ୨୦୧୯), ଓଡ଼ିଶା ପୋଷ୍ଟ ପକ୍ଷରୁ ହୋଇ ଆସୁଥିବା କୁଇଜ୍ ପ୍ରତିଯୋଗିତା ମେଟଲ ମିଟ୍ (୨୦୧୭, ୨୦୧୮, ୨୦୧୯), ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ୍ ଓଡ଼ିଶା ପକ୍ଷରୁ ଆୟୋଜିତ ବାର୍ଷିକ ‘ଓଡ଼ିଶା ଟୁରିଜିମ୍ କନକ୍ଲେଭ୍‌ ଏବଂ ସିଆଇଆଇ ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୧୯।

ସେହିପରି ପ୍ରମୁଖ ଡିଜିଟାଲ୍ ମିଡିଆ ଚ୍ୟାନେଲ୍ ଭାବେ ଓଡ଼ିଶାଲାଇଭ୍ ଗତ କିଛି ବର୍ଷ ହେଲା ୟୁଟ୍ୟୁବ୍ ଏବଂ ଫେସବୁକ୍ ଭଳି ସୋସିଆଲ୍ ମିଡିଆରେ ଶ୍ରୀକ୍ଷେତ୍ରରୁ ରଥଯାତ୍ରାର ସିଧା ପ୍ରସାରଣ କରିଆସୁଛି। ଏହି ଅବସରରେ ପ୍ରତିବର୍ଷ ପାଖାପାଖି ୫୦ ଘଣ୍ଟାରୁ ଅଧିକ ଲମ୍ବା ଲାଇଭ୍ ଷ୍ଟ୍ରିମିଂ କରିଆସୁଛି ଓଡ଼ିଶାଲାଇଭ୍। ୨୦୧୬ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମର ବିଭିନ୍ନ ଦିନରେ ପ୍ରାୟ ୧୫ ଘଣ୍ଟା ଲାଇଭ୍ ଷ୍ଟ୍ରିମିଂ କରି ଏହି ମିଡିଆ ଦେଶ ବିଦେଶର ଦର୍ଶକମାନଙ୍କ ପାଖରେ ପହଞ୍ଚି ପାରିଥିଲା। ଓଡ଼ିଶାଲାଇଭ୍‌ର ଏହିସବୁ ଲାଇଭଷ୍ଟ୍ରିମିଂ କାର୍ଯ୍ୟକ୍ରମ ପଛରେ ରହିଛି ଓଏଲ୍ ଡିଜିଟାଲ୍ ଟିମ୍।

OdishaLIVE Team_OL Digital Team

ବିଭିନ୍ନ ସୋସିଆଲ୍ ଚ୍ୟାନେଲ୍‌ରେ ଫୁଲ୍ ଏଚଡି (୧୯୨୦ x ୧୦୮୦) ଲାଇଭ୍ ଷ୍ଟ୍ରିମିଂ କରିଆସୁଛି ଓଏଲ୍ ଡିଜିଟାଲ୍। ଗ୍ରାହକମାନଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ଏକ ସମୟରେ ଏକାଧିକ ଚ୍ୟାନେଲରେ ଲାଇଭ୍ ଷ୍ଟ୍ରିମିଂ ସେବା ଯୋଗାଇ ଦିଆଯାଉଛି। ଅତ୍ୟାଧୁନିକ ଗ୍ୟାଜେଟ୍ ବ୍ୟବହାର ସହ ଉଚ୍ଚକ୍ଷମତା ସମ୍ପନ୍ନ ଇଣ୍ଟରନେଟ୍ ବା  ଆବଶ୍ୟକସ୍ଥଳେ ଲିଜ୍ ଲାଇନ୍ ବ୍ୟବହାର କରି ଷ୍ଟ୍ରିମିଂ ଉପରେ ଗୁରୁତ୍ୱ ଦେଉଥିବାରୁ ଓଏଲ୍ ଡିଜିଟାଲ୍ ସବୁବେଳେ କ୍ୱାଲିଟି ସେବା ଦେଇପାରିଛି। ଯେଉଁ ସେବା ପାଇଁ ଅତୀତରେ ବମ୍ବେ, ଦିଲ୍ଲୀ ବା ବାଙ୍ଗାଲୋର୍ ଉପରେ ନିର୍ଭର କରିବାକୁ ପଡ଼ୁଥିଲା ଆଜି ତାହା ଓଏଲ୍ ଡିଜିଟାଲ୍ ଟିମ୍ ଓଡ଼ିଶାରେ ଦେଇପାରିଛି ବୋଲି କମ୍ପାନିର ସିଇଓ ନୀଳାମ୍ବର ରଥ କହିଛନ୍ତି।

ଓଏଲ୍ ଡିଜିଟାଲ୍ ମିଡିଆ ଏଜେନ୍ସି ବିଭିନ୍ନ ପ୍ରକାର ସେବା ପାଇଁ ସରକାରୀ ବିଭାଗ ଏବଂ ୟୁନିସେଫ୍ ଭଳ ଅନ୍ତର୍ଜାତୀୟ ସଂସ୍ଥା ସହ ଅନୁବନ୍ଧିତ ହୋଇଛି।

ol digital team

ଯେକୌଣସି ପ୍ରକାର ମିଡିଆ ଏବଂ ଡିଜିଟାଲ୍ ସେବା ପାଇଁ ଓଏଲ୍ ଡିଜିଟାଲ୍‌ ସହ ଯୋଗାଯୋଗ (୯୪୩୭୦୬୯୫୦୮, sales@oldigital.in) କରିବାକୁ କମ୍ପାନି ପକ୍ଷରୁ ଅନୁରୋଧ କରାଯାଇଛି।

Comment