ଓଡ଼ିଶାଲାଇଭ୍ ବିଜନେସ୍ ବ୍ୟୁରୋ

ସମ୍ପୂର୍ଣ୍ଣ ଏଚଡି କ୍ଵାଲିଟି ସହ ଏକାଧିକ ସୋସିଆଲ୍ ମିଡିଆ ଚ୍ୟାନେଲରେ ଉନ୍ନତମାନର ଲାଇଭ୍ ଷ୍ଟ୍ରିମିଂ ସେବା ଯୋଗାଇଦେବାକୁ ପ୍ରସ୍ତୁତ ରହିଛି ଓଡ଼ିଶାର ମିଡିଆ ସଂସ୍ଥା ଓଏଲ୍ ଡିଜିଟାଲ୍

ଆଜି ଅଧିକାଂଶ ଲୋକଙ୍କ ହାତରେ ସ୍ମାର୍ଟ ଫୋନ୍ ଆଉ ଫୋନ୍‌ରେ ଇଣ୍ଟରନେଟ୍ କନେକ୍ସନ୍। ତେଣୁ ଲୋକେ ନିୟମିତ ଭାବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭିଡ଼ିଓ ଦେଖିବାକୁ ପସନ୍ଦ କରୁଛନ୍ତି। ତା’ଛଡ଼ା ମୋବାଇଲ୍ ଆପ୍ ଜରିଆରେ ସିଧାସଳଖ ଭାବେ ବିଭିନ୍ନ ଚ୍ୟାନେଲ୍ ଏବଂ ଓଟିଟି ପ୍ଲାଟ୍‌ଫର୍ମରୁ ଭିଡ଼ିଓ ଆକ୍ସେସ୍ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ କାର୍ଯ୍ୟକ୍ରମର ସିଧାପ୍ରସାରଣ ବା ଲାଇଭ୍‌ଷ୍ଟ୍ରିମିଂ ଦେଖିବାକୁ ପସନ୍ଦ କରୁଛନ୍ତି।

ମିଡିଆ, କମ୍ୟୁନିକେସନ୍ ଏବଂ ଡିଜିଟାଲ୍ ସେବା କ୍ଷେତ୍ରରେ ରାଜ୍ୟର ଆଗଧାଡ଼ିର ସଂସ୍ଥା ଓଏଲ୍ ଡିଜିଟାଲ୍ ଏବେ ଲାଇଭ୍ ଷ୍ଟ୍ରିମିଂ ସେବା ଯୋଗାଇ ଦେଉଛି। ଏହି ମିଡିଆ ସର୍ଭିସେସ୍ ସଂସ୍ଥା ସମ୍ପୂର୍ଣ୍ଣ ଏଚଡି କ୍ବାଲିଟି (୧୯୨୦ x ୧୦୮୦) ସହିତ ଏକାଧିକ ସୋସିଆଲ୍ ପ୍ଲାଟଫର୍ମରେ ଲାଇଭ୍ ଷ୍ଟ୍ରିମିଂ କରି ଗ୍ରାହକମାନଙ୍କ ଦୃଷ୍ଟି ଆକର୍ଷଣ କରିଛି।

ହାତ ପାଆନ୍ତାରେ ଲାଇଭ୍ ଷ୍ଟ୍ରିମିଂ ସେବା

କୌଣସି ବଡ଼ ଧରଣର ସର୍ବସାଧାରଣ କାର୍ଯ୍ୟକ୍ରମ ବା ପବ୍ଲିକ ଇଭେଣ୍ଟ ହେଉ କିମ୍ବା କୌଣସି ସମ୍ମିଳନୀ, କୌଣସି ଶିକ୍ଷାନୁଷ୍ଠାନର ସେମିନାର୍ ହେଉ କିମ୍ବା କନକ୍ଲେଭ୍, ଆଜିକାଲି ବିଭିନ୍ନ ସଂସ୍ଥା ସେମାନେ ଆୟୋଜନ କରୁଥିବା ଗୁରୁତ୍ଵପୂର୍ଣ୍ଣ ଇଭେଣ୍ଟର ଲାଇଭ୍ ଷ୍ଟ୍ରିମିଂ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଓଡ଼ିଶାରେ ଆଗରୁ ଏହି ଅତ୍ୟାଧୁନିକ ଡିଜିଟାଲ୍ ସେବା ମିଳିପାରୁନଥିଲା। ଏଥିପାଇଁ ବଡ଼ ବଡ଼ ଇଭେଣ୍ଟ ବେଳେ ମୁମ୍ବାଇ, ଚେନ୍ନାଇ ଓ ବାଙ୍ଗାଲୋର୍ ଆଦି ସ୍ଥାନରୁ ପ୍ରଫେସନାଲ୍ ସର୍ଭିସ୍ ମଗାଇବାକୁ ପଡ଼ୁଥିଲା। ହେଲେ ଆଜି ଓଡ଼ିଶାର ମିଡ଼ିଆ କମ୍ପାନି ଓଏଲ୍ ଡିଜିଟାଲ୍ ଗ୍ରାହକଙ୍କ ହାତ ପାଆନ୍ତାରେ ଏହି ସେବା ପହଞ୍ଚାଇ ପାରିଛି ବୋଲି କମ୍ପାନିର ସିଇଓ ନୀଳାମ୍ବର ରଥ ସୂଚନା ଦେଇଛନ୍ତି।

ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମଧ୍ୟରେ ଫେସ୍‌ବୁକ୍, ୟୁଟ୍ୟୁବ୍ କିମ୍ବା ଟୁଇଟର୍, ଗ୍ରାହକ ଚାହିଁଲେ ଯେକୌଣସି ଗୋଟିଏ ସ୍ଥାନରେ ବା ଏକାଧିକ ସ୍ଥାନରେ ଲାଇଭ୍ ଷ୍ଟ୍ରିମିଂ କରିପାରିବେ। ସେହିପରି ଏହି ସୋସିଆଲ୍ ମିଡିଆରେ ପ୍ରସାରିତ ଲାଇଭ୍ ଷ୍ଟ୍ରିମିଂର ଲିଙ୍କକୁ ସମ୍ପୃକ୍ତ ଅନୁଷ୍ଠାନ ଏକାଧିକ ୱେବସାଇଟ୍‌ରେ ସଂଯୋଗ କରିପାରିବେ। ଫଳରେ ୱେବସାଇଟ୍‌କୁ ଆସୁଥିବା ଦର୍ଶକ ମଧ୍ୟ ସେହି ଏକା ସମୟରେ ଚାଲିଥିବା କାର୍ଯ୍ୟକ୍ରମର ଲାଇଭ୍ ଦେଖିପାରିବେ।

କେବଳ ସେତିକି ନୁହେଁ ସୋସିଆଲ୍ ମିଡିଆ ହେଉ କିମ୍ବା ୱେବସାଇଟ୍‌ ଲାଇଭ୍ ଷ୍ଟ୍ରିମିଂ ଲିଙ୍କକୁ ଇମେଲ୍ ଏବଂ ହ୍ଵାଟସଆପ୍ ଜରିଆରେ ଏକାଧିକ ଲୋକଙ୍କ ପାଖେ ପହଞ୍ଚାଇ ସମ୍ପୃକ୍ତ କାର୍ଯ୍ୟକ୍ରମର ଅଧିକ ଲୋକପ୍ରିୟତା ମଧ୍ୟ ହାସଲ କରାଯାଇପାରିବ।

 

ଓଡ଼ିଶାଲାଇଭ୍ ମିଡିଆର ଏକ ଅଙ୍ଗ

ଓଏଲ୍ ଡିଜିଟାଲ୍ ହେଉଛି ଓଡ଼ିଶାର ଲୋକପ୍ରିୟ ଡିଜିଟାଲ୍ ମିଡିଆ କମ୍ପାନି ‘ଓଡ଼ିଶାଲାଇଭ’ର ଏକ ଅଙ୍ଗ। ଓଡ଼ିଶାଲାଇଭ ପକ୍ଷରୁ ପ୍ରସାରିତ ନ୍ୟୁଜ୍ ପୋର୍ଟାଲ୍ (www.odisha.live) ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ  ବିଭାଗ ଦ୍ଵାରା ସ୍ଵୀକୃତିପ୍ରାପ୍ତ। ସେହିପରି ଓଡ଼ିଶାଲାଇଭର ୟୁ ଟ୍ୟୁବ୍ ଚ୍ୟାନେଲ୍ ବେଶ୍ ଲୋକପ୍ରିୟ ହେବା ସହିତ ଦେଶ ବିଦେଶରେ ଦର୍ଶକମାନଙ୍କୁ ଭିଡ଼ିଓ ମାଧ୍ୟମରେ ଯୋଡ଼ିପାରିଛି। ଓଡ଼ିଶାଲାଇଭ୍ ଡିଜିଟାଲ୍ ମିଡିଆ ନେଟୱର୍କର ମିଡିଆ ସର୍ଭିସ୍ ଭାବେ ଓଏଲ୍ ଡିଜିଟାଲ୍ ଗତ କିଛି ବର୍ଷ ମଧ୍ୟରେ ଗଢ଼ିଉଠିଛି।

spic_macay_yamini_2018 poster
ସ୍ପିକ୍‌ ମାକେ ପକ୍ଷରୁ ଆୟୋଜିତ ‘ୟାମିନ୍-୨୦୧୮’ର ଲାଇଭ୍‌ ଷ୍ଟ୍ରିମିଂ କରିଥିଲା ଓଡ଼ିଶାଲାଇଭ୍।

କୌଣସି ବଡ଼ ଧରଣର ସାମାଜିକ, ସାଂସ୍କୃତିକ ବା ରାଜନୈତିକ କାର୍ଯ୍ୟକ୍ରମ ବେଳେ ତାହାର ଭିଡ଼ିଓ ଡକୁମେଣ୍ଟେସନ୍ କରାଯାଇଥାଏ। କାର୍ଯ୍ୟକ୍ରମର ପୂର୍ବରୁ ଏବଂ ପରେ ଏହାର ପ୍ରଚାର ପ୍ରସାର ପାଇଁ ମଧ୍ୟ ବିଭିନ୍ନ ପ୍ରକାର ଭିଡ଼ିଓର ଆବଶ୍ୟକତା ରହିଥାଏ। ବିଶେଷ କରି କାର୍ଯ୍ୟକ୍ରମ ସମୟରେ ରେକର୍ଡ ହେଉଥିବା ଭିଡ଼ିଓକୁ ଆଧାର କରି ସୋସିଆଲ୍ ମିଡିଆ ପାଇଁ  ରିପୋର୍ଟ ଏବଂ ଟେଷ୍ଟିମୋନିଆଲ୍ ପ୍ରସ୍ତୁତ କରିବା ଆଜିର ଡିଜିଟାଲ୍ ମିଡିଆ ଯୁଗରେ ଏକ ନୂଆ ଧାରା ହୋଇଛି। ତେଣୁ ଓଏଲ୍ ଡିଜିଟାଲ୍ ପକ୍ଷରୁ ଲାଇଭ୍ ଷ୍ଟ୍ରିମିଂ ସହ ଏ ସମସ୍ତ ଭିଡିଓ ପ୍ରଡକ୍ସନ ସେବା ମଧ୍ୟ ଯୋଗାଇ ଦିଆଯାଉଛି।

ପ୍ରମୁଖ କାର୍ଯ୍ୟକ୍ରମର ଲାଇଭ ଷ୍ଟ୍ରିମିଂ

ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା ତଥା ବାହାରେ ଲାଇଭ୍ ଷ୍ଟ୍ରିମିଂ ସେବା ପରିଚାଳନା କରି ଓଏଲ୍ ଡିଜିଟାଲ୍ ନିଜ ପାଇଁ ଏକ ସ୍ଥାନ ତିଆରି କରିପାରିଛି। ଓଡ଼ିଶା ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନର ବାର୍ଷିକ ‘ଓଡ଼ିଶା ଟୁରିଜିମ୍ କନକ୍ଲେଭ୍’, ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ବାର୍ଷିକ କାର୍ଯ୍ୟକ୍ରମ ‘ଓଡ଼ିଶା ଟ୍ରାଭେଲ୍ ବଜାର’, ଦୈନିକ ଇଂରାଜୀ ଖବରକାଗଜ ଓଡ଼ିଶା ପୋଷ୍ଟର ବାର୍ଷିକ କୁଇଜ୍ କାର୍ଯ୍ୟକ୍ରମ ‘ମେଟଲ୍ ମିଟ୍’ ଭଳି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ କରିଆସୁଛି।

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଲାଇଭ୍ ଷ୍ଟ୍ରିମିଂ କରିଥିଲା ଓଡ଼ିଶାଲାଇଭ୍।

ସେହିପରି ଗତ କିଛି ବର୍ଷ ଧରି ଓଡ଼ିଶାଲାଇଭ୍ ମିଡିଆରେ ପ୍ରସାରିତ ରଥଯାତ୍ରାର ସମସ୍ତ କାର୍ଯ୍ୟକ୍ରମର ସିଧା ପ୍ରସାରଣର ପରିଚାଳନା କରିଆସୁଛି ଓଏଲ୍ ଡିଜିଟାଲ୍ ଟିମ୍। ପ୍ରତି ବର୍ଷ ରଥଯାତ୍ରାର ପ୍ରମୁଖ ୫ ଦିନର କାର୍ଯ୍ୟକ୍ରମ ମଧ୍ୟରେ ପାଖାପାଖି ୫୦ ଘଣ୍ଟାର ଲାଇଭ୍ ପ୍ରସାରଣ କରିଆସୁଛି ଏହି ମିଡିଆ।

ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ କାମ କରୁଥିବା ‘ସ୍ପିକ୍ ମାକେ’ ପକ୍ଷରୁ ପ୍ରତି ବର୍ଷ ଭୁବନେଶ୍ଵରରେ ସାରା ରାତି ସଙ୍ଗୀତ କାର୍ଯ୍ୟକ୍ରମ ‘ୟାମିନୀ’ର ଆୟୋଜନ କରାଯାଉଛି। ଗତ ୩ ବର୍ଷ ଧରି ଏହି ଅନନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ ଦାୟିତ୍ଵ ସମ୍ଭାଳି ଆସୁଛି ଓଡ଼ିଶା ଲାଇଭର ଡିଜିଟାଲ୍ ସେବା ‘ଓଏଲ୍ ଡିଜିଟାଲ୍’।

ଭୁବନେଶ୍ୱରରେ ଅନୁଷ୍ଠିତ ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ୍।

୨୦୧୮ ମସିହାରେ ଭୁବନେଶ୍ଵରଠାରେ ଅନୁଷ୍ଠିତ ହୋଇଥିଲା ‘ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ। ଏହି ଅବସରରେ ୩ ଦିନ ମଧ୍ୟରେ ୪୦ ଘଣ୍ଟାରୁ ଅଧିକ ସମୟ ଧରି ଓଡ଼ିଶା ଲାଇଭ୍ ମିଡିଆରେ ଏହାର ସିଧା ପ୍ରସାରଣ କରାଯାଇଥିଲା। ଏହିସବୁ କାର୍ଯ୍ୟକ୍ରମ ବେଳେ ଏକାଧିକ ସୋସିଆଲ୍ ମିଡିଆ ଚ୍ୟାନେଲ ଏବଂ ୱେବସାଇଟ୍‌ରେ ଲାଇଭ ଷ୍ଟ୍ରିମିଂ କରି ଓଏଲ୍ ଡିଜିଟାଲ୍ ଟିମ୍ ତା’ର ବୈଷୟିକ ଦକ୍ଷତା ପ୍ରମାଣିତ କରିପାରିଛି।

ଦର୍ଶକଙ୍କ ପାଖରେ ମୋବାଇଲ୍, ସ୍ମାର୍ଟ ଟିଭି ଏବଂ ଗେମିଂ କନସୋଲ୍

କେବଳ ମୋବାଇଲ୍ ନୁହେଁ ଆଜି ଦେଶ ବିଦେଶର ଅନେକ ଦର୍ଶକ ନିଜ ସ୍ମାର୍ଟ ଟିଭିରେ ଇଣ୍ଟରନେଟ୍ କନେକ୍ସନ ରଖି ବିଭିନ୍ନ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ ଦେଖୁଛନ୍ତି। ଏପରିକି କେତେକ ଦର୍ଶକ ସେମାନଙ୍କର ଗେମିଂ କନସୋଲରେ ମଧ୍ୟ  ଲାଇଭ୍ ଷ୍ଟ୍ରିମିଂ ଦେଖୁଛନ୍ତି। ଓଏଲ୍ ଡିଜିଟାଲ୍ ପ୍ରସାରିତ କରୁଥିବା ସମ୍ପୂର୍ଣ୍ଣ ଏଚଡି କ୍ଵାଲିଟିର ଷ୍ଟ୍ରିମିଂ ସମ୍ପର୍କରେ ଗ୍ରାହକମାନେ ଅନେକ ସମୟରେ ବେଶ୍ ଉତ୍ସାହଜନକ ମତ ଦେଉଛନ୍ତି।

ତେଣୁ ଆଜିର ଦିନରେ କୌଣସି ପ୍ରମୁଖ ଇଭେଣ୍ଟ, କନଭେନସନ୍, କନକ୍ଲେଭ୍, ରାଜନୈତିକ ସମ୍ମିଳନୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ବାର୍ଷିକ କନଭୋକେସନ୍, ବିଜନେସ୍ ମିଟ୍ ବା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ବେଳେ ଆୟୋଜକ ସଂସ୍ଥା ଲାଇଭ୍ ଷ୍ଟ୍ରିମିଂ କଥା ଚିନ୍ତା କରିପାରିବେ। କାର୍ଯ୍ୟକ୍ରମର ଆବଶ୍ୟକତା ଅନୁଯାୟୀ ଏବଂ ଗ୍ରାହକଙ୍କ ବଜେଟ୍ ଅନୁଯାୟୀ ଓଏଲ୍ ଡିଜିଟାଲ୍ ପକ୍ଷରୁ ବିଭିନ୍ନ ସ୍ତରର ଲାଇଭ୍ ଷ୍ଟ୍ରିମିଂ ସେବା ଯୋଗାଇ ଦିଆଯାଉଛି। ଆଗ୍ରହୀ ବ୍ୟକ୍ତି ବା ଅନୁଷ୍ଠାନ ଏହି ସେବା ପାଇଁ ୯୪୩୭୦୬୯୫୦୮ ନମ୍ବରରେ କଲ୍ କରିପାରିବେ ବୋଲି ସୂଚନା ଦିଆଯାଇଛି।

ଲାଇଭ୍ ଷ୍ଟ୍ରିମିଂ ଲୋକପ୍ରିୟ ହେଉଛି

“କେବଳ ଲାଇଭ୍ ଷ୍ଟ୍ରିମିଂ ସେବା ନୁହେଁ ଅନେକ ସମୟରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ତଥା ସାର୍ବଜନୀନ କାର୍ଯ୍ୟକ୍ରମ ବେଳେ ଓଡ଼ିଶାଲାଇଭ୍ ମିଡିଆ ପକ୍ଷରୁ ମଧ୍ୟ ଲାଇଭ୍ ଷ୍ଟ୍ରିମିଂ କରାଯାଉଛି। ଦେଶ ବିଦେଶରେ ଥିବା ଦର୍ଶକମାନେ ଓଡ଼ିଶାର ଗୁରୁତ୍ଵପୂର୍ଣ୍ଣ ଘଟଣା ଓ ଇଭେଣ୍ଟ ସହ ସିଧାସଳଖ ଯୋଡ଼ି ହୁଅନ୍ତୁ – ଏହି ଉଦ୍ଦେଶ୍ୟ ନେଇ ଓଡ଼ିଶାଲାଇଭ୍ ମିଡିଆ ନିଜ ପକ୍ଷରୁ ଲାଇଭ୍ ଷ୍ଟ୍ରିମିଂ କରିଆସୁଛି। ୱେବ ଓ ସୋସିଆଲ୍ ମିଡିଆରେ ରଥଯାତ୍ରାର ସିଧା ପ୍ରସାରଣ ହେଉ କିମ୍ବା ରବୀନ୍ଦ୍ର ମଣ୍ଡପରେ ଆୟୋଜିତ କୌଣସି ସାମାଜିକ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ ଲାଇଭ୍ ଷ୍ଟ୍ରିମିଂ ଜରିଆରେ ସିଧା ପ୍ରସାରଣ କରିବା ପାଇଁ ଚେଷ୍ଟା କରିଆସୁଛି ଓଡ଼ିଶାଲାଇଭ୍,’’ କହିଛନ୍ତି ଓଏଲ୍ ଡିଜିଟାଲ୍‌ର ସିଇଓ।

ନିକଟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଯେତେବେଳେ ରାଜ୍ୟସଭାରେ ୩୭୦ ଧାରା ଉଚ୍ଛେଦ ଲାଗି ସଂକଳ୍ପ ଉପସ୍ଥାପନ କଲେ ଦେଶ ବିଦେଶର ହଜାର ହଜାର ୱେବସାଇଟ୍‌ ଏବଂ ସୋସିଆଲ୍ ମିଡିଆ ଚ୍ୟାନେଲରେ ତା’ର ସିଧା ପ୍ରସାରଣ ଦେଖିବାକୁ ମିଳିଥିଲା। ରାଜ୍ୟ ସଭା ଟିଭିର ୟୁଟ୍ୟୁବ୍ ଚ୍ୟାନେଲ୍ ସହିତ ପିଆଇବି, ନରେନ୍ଦ୍ର ମୋଦିଙ୍କ ଚ୍ୟାନେଲ୍ ଏପରିକି ରାଜନୈତିକ ଦଳ ବିଜେପିର ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ହଜାର ହଜାର ଦର୍ଶକ ଯୋଡ଼ି ହୋଇଯାଇଥିଲେ।

ଅନୁମାନ କରାଯାଏ ଯେ ସେଦିନ ଦେଶ ବିଦେଶରେ ୪୦ରୁ ୫୦ ଲକ୍ଷ ଦର୍ଶକ ଡିଜିଟାଲ୍ ମିଡିଆରେ ଏହାର ସିଧା ପ୍ରସାରଣ ଦେଖୁଥିଲେ। ଅର୍ଥାତ୍ ଆମ ଦେଶରେ ଯେତିକି ଲୋକ ସେ ସମୟରେ ଟେଲିଭିଜନରେ ଏହି କାର୍ଯ୍ୟକ୍ରମ ଦେଖୁନଥିବେ ତା’ଠୁ ଅଧିକ ଲୋକ ଡିଜିଟାଲ୍ ମିଡିଆରେ ଦେଖୁଥିବା ଯୋଗୁଁ ଏକ ନୂଆ ରେକର୍ଡ ସୃଷ୍ଟି ହୋଇପାରିଛି। ତେଣୁ ଆଜିର ଦିନରେ କୌଣସି ଗୁରୁତ୍ଵପୂର୍ଣ୍ଣ ଘଟଣା ବା କାର୍ଯ୍ୟକ୍ରମ ବେଳେ ଦର୍ଶକମାନେ ଟେଲିଭିଜନ୍ ସେଟ୍‌କୁ ନ ଖୋଜି ନିଜ ହାତ ମୁଠାରେ ଥିବା ମୋବାଇଲ୍ ସ୍କ୍ରିନ୍‌ରେ ଅତି ସହଜରେ ଲାଇଭ୍ ଷ୍ଟ୍ରିମିଂ ଦେଖିବାକୁ ପସନ୍ଦ କରୁଛନ୍ତି।

ଲାଇଭ୍ ଷ୍ଟ୍ରିମିଂ ସେବା ଦିନକୁ ଦିନ ଲୋକପ୍ରିୟ ହେବାକୁ ଲାଗିଛି। ଓଡ଼ିଶାରେ ଏହି ସେବାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ରହିଛି ଓଏଲ୍ ଡିଜିଟାଲ। ତେଣୁ ଓଏଲ୍ ଡିଜିଟାଲର ଲାଇଭ୍ ଷ୍ଟ୍ରିମିଂ ଏବଂ ଅନ୍ୟାନ୍ୟ ସେବା ସମ୍ପର୍କରେ ଅଧିକ ଜାଣିବା ପାଇଁ କମ୍ପାନିର ୱେବସାଇଟ୍‌ www.oldigital.in ଦେଖିବାକୁ ଏହାର ଡିଜିଟାଲ୍ ବିଭାଗ ଅନୁରୋଧ କରିଛନ୍ତି।

Comment