ଓଡ଼ିଶାଲାଇଭ୍ ବ୍ୟୁରୋ

ଗତ ୨୦୧୨ ମସିହାରୁ ଭୁବନେଶ୍ୱରଠାରେ ପ୍ରତିଷ୍ଠିତ ମିଡିଆ କମ୍ପାନି ‘ଓଡ଼ିଶାଲାଇଭ୍‌’ (ଏକାଡେମି ଫର ମିଡିଆ ଲର୍ଣ୍ଣଂ ପ୍ରାଇଭେଟ୍‌ ଲିମିଟେଡ୍‌) ପାଇଁ ବିଭିନ୍ନ ପଦବୀରେ ନିଯୁକ୍ତି ସୁଯୋଗ ଘୋଷଣା କରାଯାଇଛି।

କମ୍ପାନିର ନ୍ୟୁଜ୍‌ ମିଡିଆ ବିଭାଗ ‘ଓଡ଼ିଶାଲାଇଭ୍’ ଏବଂ ମିଡିଆ ସର୍ଭିସ୍‌ ବିଭାଗ ‘ଓଏଲ୍‌ ଡିଜିଟାଲ’ ପାଇଁ ଏହି ନିଯୁକ୍ତି ବିଜ୍ଞାପନ ଜାରି କରାଯାଇଛି।

ବିଭିନ୍ନ ପଦବୀ ପାଇଁ ଆଗ୍ରହୀ ଯୁବ ତଥା ଯୋଗ୍ୟତା ସମ୍ପନ୍ନ ପ୍ରାର୍ଥୀମାନେ ଡିସେମ୍ବର ୨୫ ସୁଦ୍ଧା ଆବେଦନ କରିପାରିବେ। ପ୍ରାର୍ଥୀମାନେ ସେମାନଙ୍କର ବାୟୋଡାଟା ସହ କେଉଁ ପଦବୀ ପାଇଁ ଆବେଦନ କରୁଛନ୍ତି ଏବଂ ସେଥିପାଇଁ ସେ କାହିଁକି ଯୋଗ୍ୟ ତା’ଉପରେ ୧୦୦ ଶବ୍ଦର ଏକ ଲେଖା ପଠାଇବାକୁ ହେବ।

ମ୍ୟାନେଜର୍‌ ପ୍ରୋଜେକ୍ଟସ୍‌

ଶିକ୍ଷାଗତ ଯୋଗ୍ୟତା: ଏମ୍‌ବିଏ ଡିଗ୍ରୀ ସହ ପ୍ରୋଜେକ୍ଟ ମ୍ୟାନେଜ୍‌ମେଣ୍ଟ କ୍ଷେତ୍ରରେ ଅନ୍ତତଃ ୨-୩ ବର୍ଷର ଅଭିଜ୍ଞତା। ଯେ କୌଣସି ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ସହ ପ୍ରୋଜେକ୍ଟ ମ୍ୟାନେଜ୍‌ମେଣ୍ଟ କ୍ଷେତ୍ରରେ ୫ବର୍ଷରୁ ଅଧିକ ଅନୁଭୂତି ଥିବା ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ। ମିଡିଆ ଏବଂ ସାମାଜିକ (ଡେଭେଲପ୍‌ମେଣ୍ଟ) କ୍ଷେତ୍ର ତଥା କୌଣସି ସରକାରୀ ପ୍ରୋଜେକ୍ଟରେ ଅନୁଭୂତି ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ।

ସିନିୟର ଏକ୍‌ଜିକ୍ୟୁଟିଭ୍‌ ମାର୍କେଟିଂ

ଶିକ୍ଷାଗତ ଯୋଗ୍ୟତା: ଏମ୍‌ବିଏ ଡିଗ୍ରୀ ସହ ମାର୍କେଟିଂ ଓ ବ୍ରାଣ୍ଡିଂ କ୍ଷେତ୍ରରେ ଅନ୍ତତଃ ୧ବର୍ଷର ଅଭିଜ୍ଞତା। ଯେ କୌଣସି ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ସହ ଅନ୍ତତଃ ୨ରୁ ୩ବର୍ଷର ମିଡିଆ ମାର୍କେଟିଂ ଅନୁଭୂତି ଥିବା ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ। ଡିଜିଟାଲ ମିଡିଆ ମାର୍କେଟିଂ କ୍ଷେତ୍ରରେ ଦକ୍ଷତା ଓ ଅନୁଭୂତି ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ।

ସିନିୟର ଏକ୍‌ଜିକ୍ୟୁଟିଭ୍‌ – ସୋସିଆଲ ମିଡିଆ

ଶିକ୍ଷାଗତ ଯୋଗ୍ୟତା: ଯେ କୌଣସି ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ସହ ସୋସିଆଲ ମିଡିଆ ପରିଚାଳନା କ୍ଷେତ୍ରରେ ଅନ୍ତତଃ ୧ବର୍ଷର ଅନୁଭୂତି। ଡିଜିଟାଲ ବା ସୋସିଆଲ ମିଡିଆରେ ଅତିରିକ୍ତ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ସେହିପରି ମାସ୍‌ କମ୍ୟୁନିକେସନ୍‌ ଆଣ୍ଡ ଜର୍ଣ୍ଣାଲିଜିମ୍‌ କିମ୍ବା ସୋସିଆଲ କମ୍ୟୁନିକେସନ୍‌ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ମିଳିବ।

କଣ୍ଟେଣ୍ଟ ରାଇଟର୍‌ / କପି ଏଡିଟର୍‌

ଶିକ୍ଷାଗତ ଯୋଗ୍ୟତା: ଯେ କୌଣସି ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ସହ କଣ୍ଟେଣ୍ଟ ରାଇଟିଂ ଏବଂ ଅନୁବାଦ କ୍ଷେତ୍ରରେ ଅନ୍ତତଃ ୧ବର୍ଷର ଅନୁଭୂତି। କୌଣସି ଗଣମାଧ୍ୟମରେ ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ସେହିପରି ମାସ୍‌ କମ୍ୟୁନିକେସନ୍‌ ଆଣ୍ଡ ଜର୍ଣ୍ଣାଲିଜିମ୍‌ କିମ୍ବା ସୋସିଆଲ କମ୍ୟୁନିକେସନ୍‌ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ମିଳିବ। ଅଡିଓ ଭିଜୁଆଲ ମିଡିଆ ବା ଭିଡିଓ ପ୍ରଡକ୍ସନ କ୍ଷେତ୍ରରେ ଅନୁଭୂତି ଥିବା ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ।

ସିନିୟର କଣ୍ଟେଣ୍ଟ ରାଇଟର୍‌ / କପି ଏଡିଟର୍‌

ଶିକ୍ଷାଗତ ଯୋଗ୍ୟତା: ଯେ କୌଣସି ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ସହ କଣ୍ଟେଣ୍ଟ ରାଇଟିଂ ଏବଂ ଅନୁବାଦ କ୍ଷେତ୍ରରେ ଅନ୍ତତଃ ୫ବର୍ଷର ଅନୁଭୂତି। କୌଣସି ଗଣମାଧ୍ୟମରେ ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ସେହିପରି ମାସ୍‌ କମ୍ୟୁନିକେସନ୍‌ ଆଣ୍ଡ ଜର୍ଣ୍ଣାଲିଜିମ୍‌ କିମ୍ବା ସୋସିଆଲ କମ୍ୟୁନିକେସନ୍‌ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ମିଳିବ। ଅଡିଓ ଭିଜୁଆଲ ମିଡିଆ ବା ଭିଡିଓ ପ୍ରଡକ୍ସନ କ୍ଷେତ୍ରରେ ଅନୁଭୂତି ଥିବା ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ।

ଗ୍ରାଫିକ୍‌ ଡିଜାଇନର୍‌

ଶିକ୍ଷାଗତ ଯୋଗ୍ୟତା: ବ୍ୟାଚ୍‌ଲର ଇନ୍‌ ଫାଇନ୍‌ ଆର୍ଟସ୍‌ କିମ୍ବା ତା’ଠାରୁ ଅଧିକ ଯୋଗ୍ୟତା। ଗ୍ରାଫିକ୍‌ ଡିଜାଇନିଂ, ବିଶେଷକରି ଡିଜିଟାଲ ମିଡିଆ ପାଇଁ କାମ କରୁଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ପ୍ରାର୍ଥୀଙ୍କର ଡ୍ରଇଂ ବା ଚିତ୍ରାଙ୍କନ ସହ ଫଟୋସପ୍‌ ଏଡିଟିଂ ଏବଂ ଅନୁରୂପ ସପ୍ଟଓ୍ଵେୟାର ଜ୍ଞାନ ଥିବା ଆବଶ୍ୟକ। ଭିଜୁଆଲ ଏଡିଟିଂ ଏବଂ ଆନିମେସନ୍‌ରେ ଦକ୍ଷତା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ମିଳିବ।

କେମିତି ଆବେଦନ କରିବେ?

ଯୁବ, ଦକ୍ଷ, ଅନୁଭୂତି ସମ୍ପନ୍ନ ତଥା ସକରାତ୍ମକ ମାନସିକତାର ପ୍ରାର୍ଥୀମାନଙ୍କୁ ଚୟନ ବେଳେ ତଥା ଦରମା ନିର୍ଦ୍ଧାରଣ ବେଳେ ଅଗ୍ରାଧିକାର ଦିଆଯିବ। ପଦବୀ ଏବଂ ଯୋଗ୍ୟତା ଭିତ୍ତିରେ ନିର୍ବାଚିତ ପ୍ରାର୍ଥୀଙ୍କୁ ଦରମା ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯିବ।

ଆଗ୍ରହୀ ପ୍ରାର୍ଥୀମାନେ ceo@odisha.live ଏବଂ accounts@oldigital.in ଆଇଡି ଯୋଗେ ଆବେଦନ କରିପାରିବେ। ଫ୍ରେସର୍‌ ପ୍ରାର୍ଥୀ ଏବଂ କୌଣସି ବିଷୟରେ ଶେଷ ବର୍ଷ ପଢ଼ୁଥିବା ପ୍ରାର୍ଥୀମାନେ ମଧ୍ୟ ବିଭିନ୍ନ ପଦବୀ ପାଇଁ ଆବେଦନ କରିପାରିବେ।

କମ୍ପାନି ସମ୍ପର୍କରେ

ଏକାଡେମି ଫର ମିଡିଆ ଲର୍ଣ୍ଣଂ ପ୍ରାଇଭେଟ୍‌ ଲିମିଟେଡ୍‌ ଓଡ଼ିଶାର ଏକ ଅଗ୍ରଣୀ ମିଡିଆ କମ୍ପାନି।

କମ୍ପାନିର ନ୍ୟୁଜ୍‌ ମିଡିଆ ବିଭାଗ ‘ଓଡ଼ିଶାଲାଇଭ୍’ର ନ୍ୟୁଜ୍‌ ପୋର୍ଟାଲ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧୀନରେ ସ୍ଵୀକୃତି ପ୍ରାପ୍ତ। ଏହି ମିଡିଆ ପ୍ଲାଟ୍‌ଫର୍ମ ୟୁଟ୍ୟୁବ୍‌ ଏବଂ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲ୍‌ରେ ବେଶ୍‌ ସକ୍ରିୟ ଓ ଲୋକପ୍ରିୟ ହୋଇପାରିଛି।

‘ଓଡ଼ିଶାଲାଇଭ୍‌’ ମଧ୍ୟ ଡେଲିହଣ୍ଟ ଭଳି ଲୋକପ୍ରିୟ ମୋବାଇଲ ପ୍ଲାଟ୍‌ଫର୍ମ ମାଧ୍ୟମରେ ଦେଶବିଦେଶର ଲକ୍ଷ ଲକ୍ଷ ପାଠକ ଓ ପ୍ରଦର୍ଶକଙ୍କ ପାଖରେ ପହଞ୍ଚି ପାରିଛି।

ସେହିପରି କମ୍ପାନିର ମିଡିଆ ସର୍ଭିସ୍‌ ବିଭାଗ ‘ଓଏଲ୍‌ ଡିଜିଟାଲ’ ଏକ ଆଗଧାଡ଼ିର ମିଡିଆ ଏଜେନ୍ସି ଭାବେ ବିଭିନ୍ନ ସରକାରୀ ବିଭାଗ, କର୍ପୋରେଟ୍‌ ଏବଂ ଘରୋଇ ସଂସ୍ଥାକୁ ଭିଡିଓ ପ୍ରଡକ୍ସନ୍‌, ସୋସିଆଲ ମିଡିଆ ମ୍ୟାନେଜ୍‌ମେଣ୍ଟ, କଣ୍ଟେଣ୍ଟ ଡେଭେଲପ୍‌ମେଣ୍ଟ ଓ ଅନୁବାଦ ତଥା ଲାଇଭ୍‌ ଷ୍ଟ୍ରିମିଂ ଭଳି ସେବା ଯୋଗାଇ ଦେଉଛି।

‘ଓଏଲ୍‌ ଡିଜିଟାଲ’ ବିଭିନ୍ନ ସରକାରୀ ବିଭାଗ ଏବଂ ଜାତିସଂଘ ଏଜେନ୍ସିର ସ୍ଵୀକୃତି ପ୍ରାପ୍ତ କମ୍ୟୁନିକେସନ୍‌ ଏଜେନ୍ସି ଭାବେ କାମ କରୁଛି।

କମ୍ପାନିର ସହପ୍ରତିଷ୍ଠାତା, ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଭାବେ ବରିଷ୍ଠ ସାମ୍ବାଦିକ ତଥା କମ୍ୟୁନିକେସନ୍‌ ଏବଂ ଡିଜିଟାଲ ସ୍ପେସାଲିଷ୍ଟ ନୀଳାମ୍ବର ରଥ ଏହାର ନେତୃତ୍ୱ ନେଉଛନ୍ତି। ଶ୍ରୀଯୁକ୍ତ ରଥ ଓଡ଼ିଶାଲାଇଭ୍‌ ମିଡିଆ ନେଟ୍‌ଓ୍ୱର୍କର ମୁଖ୍ୟ ସମ୍ପାଦକ ଭାବେ କାର୍ଯ୍ୟରତ।

ଓଡ଼ିଶାଲାଇଭ୍: www.odisha.live

ଓଏଲ୍‌ ଡିଜିଟାଲ: www.oldigital.in

Comment