ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ବଲପୁର ସହରର ଚର୍ଚ୍ଚ କଲୋନି ଓ ନେଲସନ ମଣ୍ଡେଲା ଛକକୁ ଯୋଡୁଥିବା ଫ୍ଲାଏଓଭର କାର୍ଯ୍ୟ ଆସନ୍ତା ବର୍ଷ ସେପଟେମ୍ବର ସୁଦ୍ଧା ଶେଷ ହେବ। ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଏହା କହିଛନ୍ତି। ପଣ୍ଡା ଇନ୍ଫ୍ରାଷ୍ଟ୍ରକଚରକୁ ଏହି କାମ ଦିଆଯାଇଥିବା ବେଳେ ଆସନ୍ତା ମାର୍ଚ୍ଚ ସୁଦ୍ଧା ସମଗ୍ର କାର୍ଯ୍ୟ ସମ୍ପାଦନ କରିବା ପାଇଁ କୁହାଯାଇଥିଲା। କିନ୍ତୁ କମ୍ପାନୀ ଆଉ ଛଅ ମାସ ଅଧିକ ସମୟ ମାଗିଛି। ଚର୍ଚ୍ଚ କଲୋନି ଓ ଲକ୍ଷ୍ମୀ ଟକିସ ପର୍ଯ୍ୟନ୍ତ ପୋଲ ଉପରେ ସ୍ଲାବ ପକା ସରିଥିବା ବେଳେ ମଣ୍ଡେଲା ଛକ ପଟରୁ ଏହି କାମ ଖୁବ୍ ଶୀଘ୍ର ଆରମ୍ଭ ହେବ।

ଏହି ଫ୍ଲାଏଓଭରର ଦୈର୍ଘ୍ୟ ୧୮୮୦ ମିଟର। ପୂର୍ବରୁ ୧୫୪୦ ମିଟର ପର୍ଯ୍ୟନ୍ତ ପୋଲ ନିର୍ମାଣ ପାଇଁ ଯୋଜନା ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ବଢାଇ ଦିଆଯାଇଛି। ପ୍ରାୟ ୬୨ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ଏହି ଫ୍ଲାଏଓଭରର ଖର୍ଚ୍ଚ ମଧ୍ୟ ବଢି ୮୧ କୋଟି ହୋଇଛି।

ସୂଚନାଯୋଗ୍ୟ ଯେ ଭୁବନେଶ୍ୱର ବମମିଖାଲ ପୋଲ ନିର୍ମାଣ ଦାୟିତ୍ୱରେ ଥିବା ପଣ୍ଡା ଇନ୍ଫ୍ରାଷ୍ଟ୍ରକଚରକୁ ସମ୍ବଲପୁର କାମ ବି ମିଳିଛି। ବମିଖାଲ ଦୁର୍ଘଟଣା ପରେ ଏଠି କାର୍ଯ୍ୟ କିଛି ଦିନ ବନ୍ଦ ରହିବା ପରେ ଏବେ ପୁଣି ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ସମ୍ବଲପୁରର ଏହି ରାସ୍ତାରେ ସବୁଠାରୁ ଅଧିକ ଭିଡ଼ ପରିଲକ୍ଷିତ ହୋଇଥାଏ।

Comment