ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍‌ର ଲେଡିଜ୍ ଫୋରମ୍ ପକ୍ଷରୁ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଏକ ସ୍କୁଲସ୍ତରୀୟ ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ନଭେମ୍ବର ୨୩ ତାରିଖ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ଆଖିକୁ ଦେଖାଯାଉନଥିବା ଓ କାନକୁ ଶୁଭୁନଥିବା ଦିବ୍ୟାଙ୍ଗ ପିଲାମାନେ ଅଂଶଗ୍ରହଣ କରିଥିଲେ।

ପ୍ରତିଯୋଗିତାରେ ଭୁବନେଶ୍ୱର ଓ କଟକର ୭ଟି ଦିବ୍ୟାଙ୍କ ସ୍କୁଲର ପ୍ରାୟ ୭୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତା ସାହାଯ୍ୟରେ ଦିବ୍ୟାଙ୍କ ପିଲାମାନେ ନିଜର ପ୍ରତିଭାକୁ ଜାଣିପାରିବେ ବୋଲି କୁହାଯାଇଛି।

ପ୍ରଥମରୁ ତୃତୀୟ ଶ୍ରେଣୀ, ଚତୁର୍ଥରୁ ସପ୍ତମ ଶ୍ରେଣୀ ଓ ଅଷ୍ଟମରୁ ଦଶମ ଶ୍ରେଣୀରେ ପିଲାମାନଙ୍କୁ ବିଭକ୍ତ କରି ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର ସଭାପତି ରମେଶ ମହାପାତ୍ର ସାର୍ଟିଫିକେଟ୍ ଓ ପୁରସ୍କାର ପ୍ରଦାନ କରିଥିଲେ।

ଏହା କାର୍ଯ୍ୟକ୍ରମରେ ଲେଡିଜ୍ ଫୋରମର ସଭାପତି ଡକ୍ଟର ଗୀତା ପାଢ଼ୀ, ସମ୍ପାଦକ ଡକ୍ଟର ଭାରତୀ ବେହେରା, ଅର୍ଚ୍ଚନା ମଲ୍ଲ, ସୁଶୀଳା ସାହୁ, ସ୍ମିତା ପାଢ଼ୀ, ସ୍ୱାତୀ ଦାଶ, ସ୍ୱର୍ଣ୍ଣପ୍ରଭା ସାମଲ, ପ୍ରଣତି ମହାନ୍ତି, ପ୍ରଣତି ପରିଡ଼ା ଓ ଜେ.କେ ସାହୁ ପ୍ରମୁଖ ଯୋଗଦେଇଥିଲେ।

Comment