ଓଡ଼ିଶାଲାଇଭ୍‌ ବ୍ୟୁରୋ

କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଥମିବାର ନା ନେଉନି ହାତୀ ଆତଙ୍କ। ଏକ ୨୨ଟିକିଆ ହାତୀ ପଲ ଗାଁରେ ଚାଷ ଜମି ନଷ୍ଟ କରୁଛନ୍ତି। ଏହାସହ ଦୀର୍ଘ କରଞ୍ଜିଆ-ଚଢେଇଭୋଳ ରାସ୍ତା ମଧ୍ୟ ଅବରୋଧ କରିଥିଲେ। ଏନେଇ ବନ ବିଭାଗରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳ ମିଳିନଥିବା ଗ୍ରାମବାସୀ କହିଛନ୍ତି।

ଦିନବେଳେ ହାତୀ ପଲ ଗାଁର ଅଧିକାଂଶ ଚାଷ ଜମିରେ ଧାନ ଫସଲ ଖାଉଛନ୍ତି। ବୁଧବାର ଦିନ ତମାମ କରଞ୍ଜିଆ ବ୍ଲକର ସାନଦେଉଳି, ବଡ଼ଦେଉଳି, ଭଅଁରା ଆଦି ଗ୍ରାମରେ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ସୂଚନା ମିଳିଛି। ଚାଷ ନଷ୍ଟ ହେଉଥିବା ବେଳେ ଘଉଡେଇବା ନେଇ ବନବିଭାଗ ଅବହେଳା କରୁଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ। ଏ ବାବଦରେ ବନ କର୍ମଚାରୀଙ୍କୁ ପଚାରିବାରୁ ସେମାନେ ଅଭିଯୋଗକୁ ଅସ୍ଵୀକାର କରିଛନ୍ତି।

Comment