ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲା ବନ ବିଭାଗ ଦୁଇଟି ପୃଥକ୍ ପୃଥକ୍ ସ୍ଥାନରେ ଚଢ଼ଉ କରି ଦୁଇଟି ଦେଶୀ ବନ୍ଧୁକ ଓ ବଜ୍ରକାପ୍ତା କାତି ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି।

କୁସଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ ପଦ୍ମତୋଳା ଗ୍ରାମରେ କିଛି ବନ୍ୟପ୍ରାଣୀ ଶିକାରୀ ଲୁଚି ରହିଥିବା ବନ ବିଭାଗ ସୂଚନା ପାଇବା ପରେ ମଙ୍ଗଳବାର ଦିନ ସମ୍ପୃକ୍ତ ଗାଁରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଉତ୍ତମ ପ୍ରଧାନ ଏବଂ ତାଙ୍କ ଝି ସାବିତ୍ରୀଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ଟାଙ୍ଗିଆ, ବମ, ଫାଶ ଓ ବଜ୍ରକାପ୍ତା କାତି ଜବତ କରାଯାଇଥିଲା। ପରେ ଦୁହିଁଙ୍କୁ ଗିରଫ କରାଯାଇଥିଲା।

 

ସେହିପରି କୁସଙ୍ଗ ରେଞ୍ଜ ଅଞ୍ଚଳର ୩ ଜଣ ଶିକାରୀ ନୟାଗଡ଼ ଜିଲ୍ଲା ଛାମୁଣ୍ଡିଆ ରେଞ୍ଜ ଅଞ୍ଚଳରେ ଶିକାର କରୁଥିବା ଅଭିଯୋଗ ହେବା ପରେ ସେଠାରେ ମଧ୍ୟ ଚଢ଼ଉ କରାଯାଇଥିଲା। ଚଢ଼ଉ ପରେ ବନବିଭାଗ ୩ ଜଣଙ୍କୁ ଧରିବା ସହ ସେମାନଙ୍କଠାରୁ ଦେଶୀ ବନ୍ଧୁକ ଏବଂ ଫାଶ ଜବତ କରାଯାଇଥିଲା। ଏ ନେଇ ବୁଧବାର ଦିନ ସୂଚନା ଦେଇଛନ୍ତି ମହାନଦୀ ବନ୍ୟ ଖଣ୍ଡ ଅଧିକାରୀ ଫାଲଗୁନୀ ସାରଥୀ ମଲ୍ଲିକ।

Tags: #BoudhForestDpt #PangolinSkinSmuggling #Arrest

Comment