ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍କୁଲରେ ମଧ୍ୟାହ୍ନ ଭୋଜନ ଦାୟିତ୍ଵରୁ ମୁକ୍ତ ହେଲେ ଶିକ୍ଷକ। ଏଣିକି ସ୍କୁଲରେ ମଧ୍ୟାହ୍ନ ଭୋଜନ ଦାୟିତ୍ଵ ବୁଝିବେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ। ମିଶନ ଶକ୍ତି ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ପ୍ରାଥମିକ ଭାବେ ଶହେରୁ ଅଧିକ ପିଲା ଥିବା ସ୍କୁଲରେ ଦାୟିତ୍ଵ ନେବେ ଏସ୍‌ଏଚ୍‌ଜି। ତେବେ ସେଣ୍ଟ୍ରାଲ କିଚେନ ଦ୍ଵାରା ଖାଦ୍ୟ ଦିଆଯାଉଥିବା ସ୍କୁଲ ଏହା ଦ୍ଵାରା ପ୍ରଭାବିତ ହେବେ ନାହିଁ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ଏସ୍‌ଏଚ୍‌ଜି ଗ୍ରୁପ୍‌ ମଧ୍ୟାହ୍ନ ଭୋଜନ ବାବଦ ଅର୍ଥ ପାଇବେ।

ପିଲାଙ୍କୁ ମଧ୍ୟାହ୍ନ ଭୋଜନ ବିତରଣ ବେଳେ ଏସ୍‌ଏଚ୍‌ଜି ସଦସ୍ୟ ଓ ପ୍ରଧାନ ଶିକ୍ଷକ ଉପସ୍ଥିତ ରହିବେ। ପୂର୍ବରୁ ସେଣ୍ଟ୍ରାଲ କିଚେନ ଓ ସ୍କୁଲ ଶିକ୍ଷକ ମଧ୍ୟାହ୍ନ ଭୋଜନ ବୁଝୁଥିଲେ।

1 COMMENT

Comment