ଓଡ଼ିଶାଲାଇଭ୍ ବ୍ୟୁରୋ
ବିଏସ୍ଏନ୍ଏଲ୍ ଗ୍ରାହକଙ୍କ ପାଇଁ ବମ୍ପର ଅଫର। ଏଣିକି ବିଏସ୍ଏନ୍ଏଲ୍ ଗ୍ରାହକମାନେ ୧ ହଜାର ୯୯୯ ଟଙ୍କାରେ ବର୍ଷସାରା ୩ ଜିବି ଡାଟା ପାଇପାରିବେ। ବିଏସ୍ଏନ୍ଏଲ୍ ତା’ର ଗ୍ରାହକମାନଙ୍କ ପାଇଁ ବନ୍ଦ କରିଦେଇଥିବା ଏହି ପ୍ଲାନକୁ ପୁଣି ଆରମ୍ଭ କରିଛି।
ଗ୍ରାହକମାନଙ୍କ ପାଇଁ ଏହି ପ୍ଲାନର ଅବଧି ଗୋଟିଏ ବର୍ଷ ରହିଥିବାବେଳେ ଗ୍ରାହକମାନେ ଏଥିରେ ପ୍ରତିଦିନ ୩ ଜିବି ଡାଟା ପାଇପାରିବେ। ଏହାସହ ପ୍ରତିଦିନ ୨୫୦ ମିନିଟର ମାଗଣା କଲ୍ କରିପାରିବେ ବୋଲି ବିଏସ୍ଏନଏଲ୍ କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ଏହି ପ୍ଲାନ ରିଚାର୍ଜ କରିଲେ ଗ୍ରାହକମାନେ ସୋନୀ ଲାଇଭ୍ ଆପ୍ଲିକେସନକୁ ମଧ୍ୟ ମାଗଣାରେ ସବସ୍କ୍ରାଇବ୍ କରିପାରିବେ।













