ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଥର ହେବନି ହାଡ଼ ଭଙ୍ଗା ଶୀତ। ଚଳିତ ବର୍ଷ ଡିସେମ୍ଵର ମାସରୁ ଫେବ୍ରୃଆରି ମାସ ଯାଏଁ ତାପମାତ୍ରା ସ୍ଵାଭାବିକଠାରୁ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଭାରତୀୟ ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରି କହିଛି ଯେ, ଚଳିତ ବର୍ଷ ଶୀତ ଋତୁରେ ସର୍ବନିମ୍ନ ତାପମାତ୍ରା ସ୍ଵଭାବିକଠାରୁ ସାମାନ୍ୟ ଅଧିକ ରହିବାର ସମ୍ଭାବନା ରହିଛି। ଅର୍ଥାତ ପୂର୍ବ ବର୍ଷଠାରୁ ଏଥର କମ୍‌ ଥଣ୍ଡା ହେବ।

ଦେଶର କୋଲ୍ଡ ଓ୍ଵେଭ ଜୋନ ରାଜ୍ୟ ଗୁଡ଼ିକରେ ଡିସେମ୍ଵରରୁ ଫେବ୍ରୃଆରି ଯାଏଁ କୌଣସି ବଡ଼ ଧରଣର ଶୀତ ଲହରି ଦେଖାଯିବ ନାହିଁ। କୋଲ୍ଡ ଓ୍ଵେଭ ଜୋନ୍‌ରେ ଓଡ଼ିଶା ସମେତ ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ରାଜସ୍ଥାନ, ଉତ୍ତର ପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଜମ୍ମୁ-କଶ୍ମୀର, ଲଦାଖ, ମଧ୍ୟ ମହାରାଷ୍ଟ୍ର, ମରାଠାୱାଡ଼ା, ବିର୍ଦଭ ଓ ସୌରାଷ୍ଟ୍ର ରହିଛି।

Comment