ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇ-କମର୍ସ ସାଇଟ୍‌ ଫ୍ଲିପକାର୍ଟରେ ପୁଣି ଫେରିଲା ‘ବିଗ୍‌ ସପିଂ ଡେଜ୍‌’। ଏଥର ବିଗ୍‌ ସପିଂ ଡେଜ୍‌ ଡିସେମ୍ବର ୧ରୁ ଆରମ୍ଭ ହୋଇ ଡିସେମ୍ବର ୫ ଯାଏଁ ୫ଦିନ ଧରି ଚାଲିବ। ଏହି ସମୟ ମଧ୍ୟରେ ବିଭିନ୍ନ ବ୍ରାଣ୍ଡ୍‌ର ସ୍ମାର୍ଟଫୋନ୍‌, ଫେସନ, ଘରୋଇ ଆସବାବପତ୍ର ଏବଂ ଇଲେକ୍ଟ୍ରୋନିକ୍ସ ଜିନିଷ ଉପରେ ଭାରି ମାତ୍ରାରେ ରିହାତି ମିଳିବ।

ତେବେ ଫ୍ଲିପ୍‌ କାର୍ଟ ଫ୍ଲସ୍‌ ୟୁଜରମାନେ ବିଗ୍‌ ସପିଂ ଡେଜ୍‌ର ଫାଇଦା ଗୋଟେ ଦିନ ପୂର୍ବରୁ ପାଇପାରିବେ। ଫ୍ଲିପ୍‌ କାର୍ଟ ଫ୍ଲସ୍‌ ୟୁଜରମାନଙ୍କ ପାଇଁ ଆଜି ରାତି ୮ଟାରୁ ବିଗ୍‌ ସପିଂ ଡେଜ୍‌ ଖୋଲିବ।

ଫ୍ଲିପ୍‌କାର୍ଟର ଏହି ସେଲ୍‌ରେ ସ୍ମାର୍ଟଫୋନ ଉପରେ ଭାରି ମାତ୍ରାରେ ରିହାତି ମିଳିବ। ଗ୍ରାହକ ରିୟଲମି-୫ ପ୍ରୋ’କୁ ୧୨,୯୯୯ଟଙ୍କା, ରିୟଲମି ସି-୨କୁ ୫,୯୯୯ଟଙ୍କା, ସାମସଙ୍ଗ ଗାଲାକ୍ସି ଏସ୍‌-୯କୁ ୨୭,୯୯୯ଟଙ୍କା ଏବଂ ଆପଲ୍‌ ଆଇଫୋନ୍‌-୭କୁ ୨୪,୯୯୯ ଟଙ୍କାରେ କିଣିପାରିବେ।

ସେହିପରି ରିୟଲମି ଏକ୍ସଟି, ସାମସଙ୍ଗ ଗାଲାକ୍ସି ଏ୩୦ଏସ୍‌, ସାମସଙ୍ଗ ଗାଲାକ୍ସି ଏସ୍‌-୯ ପ୍ଲସ, ଗୁଗୁଲ ପିକ୍ସେଲ ୩ଏ ଏବଂ ଗୁଗୁଲ ପିକ୍ସେଲ ୩ଏ ଏକ୍ସଏଲ୍‌ରେ ମଧ୍ୟ ରିହାତି ଦିଆଯାଉଛି।

ସୂଚନାଯୋଗ୍ୟ, ବିଗ୍‌ ସପିଂ ଡେଜ୍‌ ସମୟରେ ଗ୍ରାହକ ହେଡ୍‌ଫୋନ୍‌ ଏବଂ ସ୍ପିକର ଉପରେ ୭୦ ପ୍ରତିଶତ ଯାଏଁ ଛାଡ଼ ପାଇପାରିବେ। ଏଥିରେ ଜେବିଏଲ୍‌, ଜବ୍ରା ଇଲାଇଟ୍‌, ସ୍କଲକ୍ୟାଣ୍ଡି ଭଳି ବ୍ରାଣ୍ଡିଂ ବ୍ଲୁଟୁଥ୍‌ ହେଡ୍‌ଫୋନ୍‌ ଏବଂ ସ୍ପିକର ସାମିଲ ରହିଛି। ସେହିପରି ଟିଭି ଉପରେ ମଧ୍ୟ ଭଲ ରିହାତି ରହିଛି ବୋଲି କୁହାଯାଉଛି।

Comment