ଓଡ଼ିଶାଲାଇଭ୍ ବ୍ୟୁରୋ

‘ମୋ ସରକାର’ ଅଧିନରେ ଆସିବ ‘କାଳିଆ’ ଯୋଜନା। ଏହି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଡକ୍ଟର ଅରୁଣ ସାହୁ। କାଳିଆ ଯୋଜନା ମୋ ସରକାର ଅଧିନରେ ଆସିବା ପରେ ପ୍ରଶାସନିକ ଅଧିକାରୀମାନେ ଫୋନ୍‌ କରି ହିତାଧିକାରୀଙ୍କୁ ସୁବିଧା ଅସୁବିଧା ପଚାରି ବୁଝିବେ।

ରାଜ୍ୟ କୃଷି ବିଭାଗ ମଧ୍ୟ ପବ୍ଲିକ ଗ୍ରିଭାନ୍ସ ପୋର୍ଟାଲ ଖୋଲିବେ। ଏହି ପୋର୍ଟାଲ ମାଧ୍ୟମରେ ହିତାଧିକାରୀ ସିଧାସଳଖ ଅଭିଯୋଗ କରିପାରିବେ। କାଳିଆ ତାଲିକାରୁ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ିଥିଲେ ସେମାନେ ସରକାରଙ୍କୁ ଜଣାଇ ପାରିବେ।

ମୋ ସରକାର ଅଧିନରେ ପୂର୍ବରୁ ଡାକ୍ତରଖାନା ଓ ଥାନା ରହିଥିଲା। ଡାକ୍ତରଖାନା ଓ ଥାନାକୁ ଆସୁଥିବା ଲୋକଙ୍କୁ ପ୍ରଶାସନିକ ଅଧିକାରୀମାନେ ଫୋନ କରି ସୁବିଧା ଅସୁବିଧା ପଚାରି ବୁଝୁଥିଲେ।

Comment