ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵର ଖଣ୍ଡଗିରି ଅଞ୍ଚଳରୁ ସେକ୍ସ ରାକେଟ ଠାବ। ଏମ୍ସ ନଗରର ଏକ ହୋଟେଲରେ ସେକ୍ସ ରାକେଟ ଚାଲିଥିବା ଅଭିଯୋଗ ହୋଇଥିଲା। ପରେ ପୋଲିସ୍‌ର ଏକ ଟିମ୍‌ ସେଠାରେ ଚଢ଼ାଉ କରିଥିଲା। ଏଥିରେ ୨ ଜଣ ଦଲାଲ୍‌ ଓ ୪ ଜଣ ଗ୍ରାହକଙ୍କୁ ଗିରଫ କରାଯିବା ସହ ୬ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରାଯାଇଛି।

କିଛିଦିନ ହେବ ଖଣ୍ଡଗିରି ଏମ୍ସ ନଗରରେ ସେକ୍ସ ରାକେଟ ଚାଲିଥିବା ଅଭିଯୋଗ ହୋଇଥିଲା। ପରେ ପୋଲିସ ସେଠାରେ ଚଢ଼ାଉ କରି ୬ଜଣଙ୍କୁ ଗିରଫ କରିଥିବା ବେଳେ ୬ ଜଣ ଯୁବତୀଙ୍କୁଉଦ୍ଧାର କରିଛି। ଅନ୍ୟପକ୍ଷରେ ସେକ୍ସ ରାକେଟର ମାଷ୍ଟର ମାଇଣ୍ଡ ଫେରାର୍‌ ହୋଇଯାଇଛି।

Comment