ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଦିନକୁ ଦିନ ନାରୀ ନିର୍ଯାତନା ବୃଦ୍ଧି ପାଉଛି। ସମାଜରେ ରକ୍ଷକ କହୁଥିବା ପୋଲିସ୍ ଆଜି ଭକ୍ଷକ ସାଜିଛି। ନାବାଳିକା ଝିଅଟେ ମଧ୍ୟ ଆଜିର ସମାଜରେ ସୁରକ୍ଷିତ ନୁହେଁ। ବୁଧବାର ଏପରି କିଛି ପ୍ରସଙ୍ଗକୁ କେନ୍ଦ୍ର କରି ରାଜରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା।

ବିଧାନସଭାରେ ମୁଖ୍ୟମନ୍ତ୍ରୀ ନାରୀ ନିର୍ଯାତନାକୁ ନେଇ ରାଜନୀତି କରାନଯାଉ ବୋଲି କହିଥିଲେ। ଏହାପରେ ମଧ୍ୟ ରାଜ୍ୟରେ ନାରୀ ନିର୍ଯାତନା ଦିନକୁ ଦିନ ବୃଦ୍ଧି ପାଉଛି। ପୁରୀରେ ନାବାଳିକା ଦୁଷ୍କର୍ମ ଘଟଣାଠୁ ଆରମ୍ଭ କରି ଯାଜପୁର ସ୍ମିତାରାଣୀ ମୃତ୍ୟୁ ଭଳି ଅନେକ ଘଟଣା ରାଜ୍ୟରେ ଘଟିଚାଲିଛି ବୋଲି ବିଜେପି ମହିଳା ମୋର୍ଚ୍ଚା କହିଛି।

ମଙ୍ଗଳବାର ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ପ୍ରଶ୍ନକରି ସନ୍ଧ୍ୟା ସୁଦ୍ଧା ଉତ୍ତର ରଖିବାକୁ ଦାବି କରିଥିଲା ନବୀନଙ୍କଠୁ ଉତ୍ତର ପାଇବା ପାଇଁ ବୁଧବାର ନବୀନ ନିବାସ ଅଭିମୁଖେ ବାହାରିଥିଲେ ବିଜେପି ମହିଳା ମୋର୍ଚ୍ଚାର କର୍ମୀମାନେ।

ତେବେ ଅଧାବାଟରେ ପୋଲିସ୍ ବିଜେପି କର୍ମୀମାନଙ୍କୁ ନବୀନ ନିବାସ ଯିବାକୁ ବାରଣ କରିଥିଲା। ଯାହାକୁ ନେଇ ବିଜେପି ମହିଳା କର୍ମୀ ଓ ପୋଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୋଲିସ୍ ୧୦ ଜଣ ମହିଳା କର୍ମୀଙ୍କୁ ଅଟକ ମଧ୍ୟ କରିଛି।

LEAVE A REPLY

Please enter your comment!
Please enter your name here