ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ୩ଟିକିଆ ଟି-୨୦ ସିରିଜରେ ପ୍ରଥମ ମ୍ୟାଚ ଆଜି ଖେଳାଯିବ। ଏହି ମ୍ୟାଚରେ ଭାରତ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଓ୍ଵେଷ୍ଟଇଣ୍ଡିଜ ବ୍ୟାଟିଂ ଆରମ୍ଭ କରିବ।

ଏହି ମ୍ୟାଚ ହାଇଦ୍ରାବାଦ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତୀୟ ବୋଲରମାନେ ଓ୍ଵେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନମାନଙ୍କୁ କମ୍‌ ରନରେ ସୀମିତ ରଖିବାକୁ ଚେଷ୍ଟା କରିବ। ଦଳରେ ଭୁବନେଶ୍ଵର କୁମାର, ଯୁଜବେନ୍ଦ୍ର ଚହଲ ଓ ରବିନ୍ଦ୍ର ଜାଡେଜାଙ୍କ ଭଳି ଦକ୍ଷ ବୋଲର ରହିଛନ୍ତି।

ଭାରତୀୟ ଟିମ୍‌ – ରୋହିତ୍ ଶର୍ମା, ଲୋକେଶ ରାହୁଲ, ବିରାଟ୍ କୋହଲି(କ୍ୟାପଟେନ୍‌), ଶ୍ରେୟସ୍ ଆୟର୍‌, ଋଷଭ ପନ୍ତ(ୱିକେଟକିପର), ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ଦୀପକ ଚହର୍‌, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ୍।

ୱେଷ୍ଟଇଣ୍ଡିଜ୍ ଟିମ୍‌ – ଏଭିନ୍ ଲୁଇସ୍‌, ଲେଣ୍ଡନ୍ ସିମନ୍ସ, ବ୍ରାଣ୍ଡନ୍ କିଙ୍ଗ୍‌, ଶିମରନ୍ ହେଟମେୟର୍‌, କିରନ ପୋଲାର୍ଡ (କ୍ୟାପଟେନ୍‌), ଦିନେଶ ରାମଦିନ୍ (ୱିକେଟକିପର), ଜେସନ୍ ହୋଲ୍ଡର, ଖାରୀ ପିଏରୀ, କେସରିକ୍ ୱିଲିୟମ୍ସ, ଶେଲଡନ୍ କଟ୍ଟରେଲ୍‌, ହେଡେନ୍ ୱାଲ୍ସ ଜୁନିୟର୍।

Comment